ବିପଦର ବନ୍ଧୁ...ପ୍ରକୃତ ହିରୋ: ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ୩୦ ଯୁବ ରକ୍ତଦାତା

ବିପଦର ବନ୍ଧୁ...ପ୍ରକୃତ ହିରୋ: ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ୩୦ ଯୁବ ରକ୍ତଦାତା

ରାଉରକେଲା: ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ହୋଇଛି ସମଗ୍ର ଦେଶ। ରାସ୍ତାଘାଟ ଶୂନ୍‌ଶାନ୍‌। ଏଥିପାଇଁ ରକ୍ତଭଣ୍ଡାରେ ଦେଖାଦେଇଛି ରକ୍ତ ସଙ୍କଟ। ଆବଶ୍ୟକ ରକ୍ତ ମିଳୁ ନାହିଁ। ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ଏଭଳି ସଙ୍କଟମୟ ପରିସ୍ଥିତିର ମୁକାବିଲା ପାଇଁ ସମ୍ବାଦ- ଆମ ଓଡ଼ିଶା ଆରମ୍ଭ କରିଛି ‘ବିପଦର ବନ୍ଧୁ... ପ୍ରକୃତ ହିରୋ’। ଏହି ମହତ କାର୍ଯ୍ୟରେ ଆଜି ସହଯୋଗର ହାତ ବଢ଼ାଇଥିଲେ ସ୍ମାର୍ଟ ସିଟି ରାଉରକେଲାର କିଛି ରାଜନୈତିକ ଓ ସାମାଜିକ ସଙ୍ଗଠନର ଯୁବକ। ଆର୍‌ଜିଏଚ୍‌ ରକ୍ତଭଣ୍ଡାରକୁ ମୋଟ ୩୦ ୟୁନିଟ୍‌ ରକ୍ତ ଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଆଗାମି ଦିନରେ ଏହି ଅଭିଯାନ ଚାଲୁ ରଖିବାକୁ ସଂକଳ୍ପ ନେଇଛନ୍ତି। ସଙ୍ଗଠନଗୁଡ଼ିକ ମଧ୍ୟରେ ଅଛନ୍ତି ବେଦବ୍ୟାସର ଆମ୍‌କୋ-ସିମ୍‌କୋ ସହିଦ୍‌ ଶ୍ରମିକ ସଙ୍ଗଠନ, ଲିଡ୍‌ ରାଉରକେଲା, ଯୁବ କଂଗ୍ରେସ ଓ ଛାତ୍ର ବିଜେଡି। ସକାଳ ସାଢ଼େ ୯ଟାରୁ ଅପରାହ୍ନ ଦେଢ଼ଟା ପର୍ଯ୍ୟନ୍ତ ଆର୍‌ଜିଏଚ୍‌ ରକ୍ତଭଣ୍ଡାରରେ ଚାଲିଥିବା ଶିବିରରେ ସାମାଜିକ ଦୂରତା ରଖି ଜଣେ ପରେ ଜଣେ ରକ୍ତଦାନ କରିଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଆର୍‌ଜିଏଚ୍‌ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ପଣ୍ଡିତ ସାହୁ, ଚକ୍ଷୁ ବିଭାର ଡାକ୍ତର ସମୀର ପାତ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଲାଠିକଟା ଜିଲ୍ଲା ପରିଷଦ (ଖ)ର ସଭ୍ୟ ମହେଶ ନାଗ, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂଯୋଜକ ରବି ପ୍ରଧାନ, ଯୁବ କଂଗ୍ରେସ ସଭାପତି ପ୍ରବୋଧ ଦାସ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ବିଧାୟକ ଶ୍ରୀ ନାୟକ ଏଭଳି ସଙ୍କଟସ୍ଥିତିରେ ଯୁବକମାନଙ୍କର ଏହି ମହତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣା ହୋଇଛି।

publive-image

ସରକାରଙ୍କ ଲକ୍‌ଡାଉନ୍‌ କଟକଣାକୁ ମାନି ଦୈନନ୍ଦିନ ଅତିବେଶିରେ ୨/୩ଜଣ ଯୁବ ରକ୍ତଦାତା ସ୍ବଇଚ୍ଛାରେ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ଯୁବକର୍ମୀଙ୍କୁ ଆହ୍ବାନ କରିଥିଲେ। ରକ୍ତଦାନ କରିଥିବା ଯୁବଗୋଷ୍ଠୀଙ୍କ ମଧ୍ୟରେ ଲିଡ୍‌ ରାଉରକେଲାର ଆବାହକ ଐର ମହାନ୍ତି, କଂଗ୍ରେସର ଛାତ୍ର ସଭାପତି ସୂର୍ଯ୍ୟକାନ୍ତ ବାରିକ୍, ଉପସଭାପତି ସଦ୍ଦାବ ଅହମ୍ମଦ, ବାସନ୍ତି କଲୋନିର ଶ୍ରାବଣୀ ନାୟକ, ଦେବବ୍ରତ ବିଶ୍ବାଳ, ଦେଓଗାଁର ଏସ୍‌. ଗୋବିନ୍ଦ ରାଓ। ସେହିପରି ଆମ୍‌କୋ -ସିମ୍‌କୋ ସହିଦ୍‌ ଶ୍ରମିକ ସଙ୍ଗଠନ ବେଦବ୍ୟାସର ସୁଧାଂଶୁ ‌ଶେଖର ବସ୍ତିଆ, କାର୍ତ୍ତିକ ସାହୁ, ମନୋଜ କୁମାର ବେହେରା, ପବନ ସିଂ, ଆକାଶ ସିଂ, ଯୋଶେଫ କିସାନ, ବସନ୍ତ କିସାନ, ବଳଦେବ ମହାନ୍ତ, ଓମପ୍ରକାଶ ମଲ୍ଲିକ, ଗୋପାଳ ନାଗ, ସନ୍ତୋଷ ଲାଲ୍‌, ସୁଶାନ୍ତ ସ୍ବାଇଁ, ସୁନୀଲ ସାମଲ, ଜିତେନ୍ଦ୍ର ନାୟକ, ଅଜୟ କୁମାର ନାୟକ, ଗୋପାଳ ନାୟକ, ଶଶିକାନ୍ତ ସିଂ, ଦାଶରଥୀ ସେଠୀ, ଦୀପକ ସିଂ, ଅଭିଳାଶ ସିଂ ପ୍ରମୁଖ। କନକ ଟିଭି୍‌ର ପ୍ରତାପ ପାଢ଼ୀ, ସୁମନ୍ତ ମହାନ୍ତି, ସମ୍ବାଦ ରାଉରକେଲାର ମଳୟ ରଞ୍ଜନ ସାହୁ, ଅଭୟ ନାୟକ, ଆର୍‌ଜିଏଚ୍‌ ରକ୍ତ ଭଣ୍ଡାରର ସିନିୟର ଟେକ୍ନିସିଆନ୍‌ ମୁରଲୀଧର ପଲାଇ, ଶୁଭେନ୍ଦୁ ନାୟକ, ଦିଲୀପ ପୋଥାଳ, ଚୈତନ୍ୟ ସାମଲ ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe