ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାର ପରିସରରେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମ ଦିନ ତଥା ଯୁବ ସ୍ବାଭିମାନ ଦିବସ ଅବସରରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜୁନିୟର ରେଡକ୍ରସର ଜିଲ୍ଲା ଅଧିକାରୀ ସ୍ମୃତି ରଞ୍ଜନ ପାଣି ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହିତ ଆଜିର ଯୁବ ପୀଢ଼ି ରକ୍ତଦାନ ଭଳି ମହତ ଦାନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ।
ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ଆମ ଓଡିଶା ସଂଯୋଜକ ତୁଷାରକାନ୍ତ ମହାନ୍ତ ନେତୃତ୍ୱରେ ଉକ୍ତ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ କନକ ନ୍ୟୁଜ ପ୍ରତିନିଧି ମଳୟ କୁମାର ଦାସ, ରେଡ୍ କ୍ରସ୍ ପ୍ରାଥମିକ ଚିକିତ୍ସା ସାଧନକର୍ମୀ ବିଜୟ ସୂତାର, ତିରିଂ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ଜେଆରସି କାଉନସେଲର ପ୍ରିୟଦର୍ଶିନୀ ସେଠୀ, ପ୍ରମୁଖଙ୍କ ସମେତ ଅନ୍ୟ ସେଚ୍ଛାସେବୀମାନେ ପରିଚାଳନାରେ ସହୋଯୋଗ କରିଥିଲେ। ଏଥିରେ ମୋଟ ୧୧ ଜଣ ରକ୍ତଦାତା ସେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରାଇରଙ୍ଗପୁର ରକ୍ତ ଭଣ୍ଡାର ଏଲ.ଟି ସୁମନ୍ତ ଗିରି ରକ୍ତ ସଂଗ୍ରହ କରିଥିଲେ। ଶେଷରେ ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ରକ୍ତଦାତା ମାନେ ହେଲେ- ପ୍ରିୟଦର୍ଶିନୀ ସେଠୀ, ବିଜୟ ସୁତାର, ସ୍ମୃତି ରଞ୍ଜନ ପାଣି, ଲାଖାଇ ମୁର୍ମୁ, ରାମଚନ୍ଦ୍ର ଟୁଡୁ, ହର୍ଜିତ୍ ସିଂ, ମୁନା ଭୂୟାଁ, ପୁପିତା ମହାନ୍ତ, ରାମକୃଷ୍ଣ ସାହୁ, ଅନିମେଶ ମହାନ୍ତ,ସୁଶାନ୍ତ ମୁଣ୍ଡା ପ୍ରମୁଖ।
Follow Us