ରାଇରଙ୍ଗପୁର କ୍ରିକେଟ୍ କ୍ଲବ୍ ପକ୍ଷରୁ ରକ୍ତ ଦାନ ଶିବିର: ୧୦୧ ୟୁନିଟ୍ ରକ୍ତ ସଂଗୃହୀତ

ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ଯ ୭୮ ତମ ସ୍ବାଧୀନତା ଦିବସ ଅବସରରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରାଇରଙ୍ଗପୁର କ୍ରିକେଟ୍ କ୍ଲବ୍ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ssfsfsf

ରାଇରଙ୍ଗପୁର: ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ଯ ୭୮ ତମ ସ୍ବାଧୀନତା ଦିବସ ଅବସରରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରାଇରଙ୍ଗପୁର କ୍ରିକେଟ୍ କ୍ଲବ୍ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆରସିସିର ସମ୍ପାଦକ ସୌମିକ ଦାସ କାନୁନଗୋଙ୍କ ନେତୃତ୍ଵରେ ଆୟୋଜିତ ଏହି ଶିବିର ଦୀର୍ଘ ୪ ବର୍ଷ ହେଲା ହୋଇଆସୁଛି ।  ଶିବିରରେ ମୁଖ୍ଯଅତିଥି ଭାବେ  ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ଅଭିଷେକ ପଟନାୟକ,ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସା ଅଧିକାରୀ ଡକ୍ଟର ରବିନ୍ଦ୍ରନାଥ ମାରାଣ୍ଡି  ଓ ଅତିରିକ୍ତ ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ରାଇରଙ୍ଗପୁର ତହସିଲଦାର  ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ ।

ଉକ୍ତ ଶିବିର ରେଡ୍ଡୀ ଭଲେନଟିଆର,ବିସିଜେଡି,ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଉକ୍ତ ଶିବିରକୁ ପରିଚାଳନା କରିବାରେ ରାହୁଲ ଯାଦବ, ସୀତୁ ପଟ୍ଟନାୟକ, ଆରସିସିର ଅଧ୍ୟକ୍ଷ ଅମିତ୍ ସିଂ ମଦକ,ସଭାପତି ଦେବାଶିଷ ମହାନ୍ତ, ଉପ ସଭାପତି ଅମନ୍ ମହାନ୍ତି,ସଦସ୍ୟ ସହନ୍ ମହାନ୍ତି, ଅଜୁ ମହାନ୍ତ, ରାଜୁ ମହାନ୍ତ, ସୁଜିତ୍ ନନ୍ଦୀ, ଜୋଗା ମହାନ୍ତ, ଅଭୟ ମହାନ୍ତ, ଶ୍ରୀତମ ଡଗରା, ଚିନ୍ମୟ ଦାସ,ଜସିମ୍ ଆଖତାର, ଅଭିଷେକ ପରିଡ଼ା, ହରି ଶଙ୍କର ବେହେରା,ଜୀବନ ଜିତ୍ ସାହୁ,ବିକାଶ ବଳ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଲନା କରିଥିଲେ । ଉକ୍ତ ଶିବିରରୁ ମୋଟ ୧୦୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଶିବିରରେ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଏସ ଏଲ ସିଂ, ଏଲଟି ଦେବବ୍ରତ ଗିରି, ସୁମନ୍ତ ଗିରି,ଚିରଞ୍ଜିବୀ ମହାନ୍ତ, ରହିତ୍ ବାରିକ୍,ମାନସ ରଞ୍ଜନ ଗିରି, ତପନ କୁମାର ନାଏକ, ଭୂପତି ବେହେରା, ଆଲୋକ ବାରିକ୍, ପ୍ରଣୟ କୁମାର ନନ୍ଦ, ଅଙ୍କିତା ମହାନ୍ତ,ସତ୍ୟବ୍ରତ ଗିରି, ସୁଜାତା ସ୍ୱାଇଁ,ରାଇମନ୍ ସିଂ, ନେହାରାଣି ମହାନ୍ତ,ବେବି ମହାନ୍ତ, ଜ୍ୟୋତିପ୍ରଭା ଗିରି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଶିବିରକୁ ସମ୍ବାଦର ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତ,ଅଧିକ ଥର ରକ୍ତଦାନ କରିଥିବା ରକ୍ତଦାତା ଗତିକୃଷ୍ଣ ମହାନ୍ତ,ଅଧ୍ୟାପକ ବିଜୟ କୁମାର ରାମ ପ୍ରମୁଖ ପରିଚାଳନା କରିବାରେ ସହୋଯଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe