ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର, ଡାକ୍ତର ଓ କର୍ମଚାରୀ ଦେଲେ ରକ୍ତ

Advertisment
ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଦାନ ଶିବିର, ଡାକ୍ତର ଓ କର୍ମଚାରୀ ଦେଲେ ରକ୍ତ

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏକ ରକ୍ତଦାନ ଶିବିର ଆୟୋଜନ ଅଧିକ୍ଷକ ଡ.ସୀତାଂଶୁ ଶେଖର ଶତପଥିଙ୍କ ପୌରହିତ୍ୟରେ ଅୟୋଜିତ ହୋଇଥିଲା। ଏହି ଶିବିରରେ ଡାକ୍ତରଙ୍କ ସମେତ ଷ୍ଟାଫ୍ ନର୍ସ,ବିଭିନ୍ନ ବିଭାଗର କର୍ମଚାରୀ ମାନେ ରକ୍ତଦାନ କରିଥିଲେ।

ମେଡିକାଲ୍ ଅଧିକ୍ଷକ ଶ୍ରୀ ଶତପଥି ପ୍ରଥମେ ରକ୍ତଦାନ କରିଥିବା ବେଳେ ତାଙ୍କ ଧର୍ମପତ୍ନୀ ଇନ୍ଦିରା ଶତପଥି ମଧ୍ୟ ରକ୍ତ ଦେଇଥିଲେ। ରକ୍ତ ଭଣ୍ଡାର ଅଧିକାରୀ ଗୋବିନ୍ଦ ମହାପାତ୍ର, ଅଲେଖ ପ୍ରଧାନ,ପ୍ରଣବାନନ୍ଦ ପାତ୍ର,ଚନ୍ଦନ ମେକାପ୍,ବୃନ୍ଦାବନ ଗୌଡ,ଗୋବିନ୍ଦ ବିଶ୍ବାସ ଡାକ୍ତରଖାନା ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହି ପ୍ରମୁଖ ରକ୍ତଦାନ କରିଥିଲେ। ରକ୍ତ ଭଣ୍ଡାର ପରିସରରେ ଆୟୋଜିତ ଶିବିରରେ ୬୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ବର୍ତ୍ତମାନ କେଭିଡ ପାଇଁ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଉଥିବା ବେଳେ ମେଡିକାଲ୍ ପକ୍ଷରୁ ଏଭଳି ପ୍ରୟାଶକୁ ଭୂୟସୀ ପ୍ରଶଂସା କରାଯାଇଛି। ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe