କିଶୋରଙ୍କ ବଦାନ୍ୟତା ରକ୍ତଦାନ କରି ଜଣଙ୍କର ଜୀବନ ବଂଚାଇଲେ

Advertisment
କିଶୋରଙ୍କ ବଦାନ୍ୟତା ରକ୍ତଦାନ କରି ଜଣଙ୍କର ଜୀବନ ବଂଚାଇଲେ

ଜୟପୁର: ଗୁରୁତର ଅବସ୍ଥାରେ ଜୟପୁର ଉଷା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପଦ୍ମନ କୁମାର ଦାଶଙ୍କ ଅଚାନକ ରକ୍ତରେ ହିମୋଗ୍ଲୋବିନ୍ କମିଯାଇଥିଲା। ଜୀବନ ମରଣ ସହ ସଂଘର୍ଷ କରୁଥିବା ଏହି ପଦ୍ମନଙ୍କୁ ରକ୍ତଦେଇ ମାନବିକତାର ପରିଚୟ ଦେଇଛନ୍ତି ସ୍ବେଚ୍ଛାସେବୀ ତଥା ବ୍ୟବସାୟୀ କିଶୋର ଚୌଧୁରୀ।

ପଦ୍ମନ କୁମାର ଦାଶଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗ ଉଷା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ହିମୋଗ୍ଲୋବିନ୍ ୬ରେ ପହଚିଂଥିଲା। ଚିକିତ୍ସା କରୁଥିବା ଡାକ୍ତର ତୁରନ୍ତ ଗୋଟିଏ ୟୁନିଟ୍ ଏ ପଜିଟିଭ୍  ରକ୍ତଦେବାକୁ କହିଥିଲେ। ପରିବାରବର୍ଗ ରକ୍ତଭଣ୍ଡାରକୁ ଯାଇଥିଲେ ହେଁ ସେଠାରେ  ମିଳି ପାରି ନଥିଲା।  ପରିବାର ବର୍ଗ ସ୍ବେଚ୍ଛାସେବୀ ମୋହନ ରାଓଙ୍କୁ ଏ ନେଇ ଅନୁରୋଧ କରିଥିଲେ। ଉକ୍ତ ସ୍ବେଚ୍ଛାସେବୀ ଜଣକ ଏକ ୱାଟସ୍ଅଫ୍ ଗୃପରେ ଏ ନେଇ ସୂଚନା ଦେଇଥିଲେ। ସେହି ସୂଚନାକୁ ପଢ଼ିବା ପରେ ସ୍ବେଚ୍ଛାସେବୀ କିଶୋର ନିଜେ ମୋହନଙ୍କୁ ସୂଚନା ଦେଇଥିଲେ। ପଦ୍ମନଙ୍କ ଏଭଳି ଅବସ୍ଥା ସଂପର୍କରେ ଜାଣିବା ପରେ କି‌ଶୋର ଜୟପୁର ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତଦାନ କରି ଜଣକର ଜୀବନ ବଂଚାଇ ପାରିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ।

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ଜରୁରୀ ସମୟରେ କିଶୋର ସୂଚନା ପାଇବା ମାତ୍ରକେ ରକ୍ତଦାନ କରିଥାନ୍ତି। ଏହାରି ମଧ୍ୟରେ ସେ ୨୦ଥର ରକ୍ତଦାନ କରିଥିବା କହିଛନ୍ତି। କିଶୋର ନିଜ ବାପା ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨୦୧୯ମସିହାରେ ଜୟପୁର ମଣିକର୍ଣ୍ଣିକା ଶ୍ମଶାନକୁ ଏକ ସ୍ବର୍ଗରଥ ଦାନ କରିଥିଲେ। ଏହା ସହ ଗତ ୨୦୨୩ମସିହାରେ ମାଲକାନଗିରୀରେ ବି ଏଭଳି ସ୍ବର୍ଗରଥ ଦାନ କରିଛନ୍ତି। ଗତ କୋଭିଡ୍ ସମୟରେ ସଂକ୍ରମିତଙ୍କୁ ରୋଟରୀକ୍ଲବ ଜରିଆରେ ମାଗଣାରେ ଓକ୍ସିଜେନ୍ ସିଲଣ୍ଡର  ଯୋଗାଇବାରେ କିଶୋର ପରିଚାଳନା କରି ଆସୁଥିଲେ। ୧୮ବର୍ଷରୁ ଉର୍ଦ୍ଧ୍ବ ସବୁ ଅନ୍ତଃତ ଥରେ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଅନୁରୋଧ କରିଛନ୍ତି କିଶୋର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe