ରକ୍ତଦାନରେ ରେକର୍ଡ କଲା ଝରିଗାଁ : ୨୩୦ୟୁନିଟ ସଂଗ୍ରହ, ୨୫ ମହିଳା ଦେଲେ ରକ୍ତ

Advertisment
ରକ୍ତଦାନରେ ରେକର୍ଡ କଲା ଝରିଗାଁ : ୨୩୦ୟୁନିଟ ସଂଗ୍ରହ, ୨୫ ମହିଳା ଦେଲେ ରକ୍ତ

ଝରିଗାଁ : ରକ୍ତଦାନ କ୍ଷେତ୍ରରେ ଜିଲ୍ଲାରେ ନୂଆ ରେକର୍ଡ କଲେ ଝରିଗାଁବାସୀ। ସମ୍ବାଦ ଓ ଆମଓଡ଼ିଶା ସହ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ସଂଗ୍ରହ ହୋଇଛି ୨୩୦ୟୁନିଟ୍। ଉଲ୍ଲେଖନୀୟ ବିଷୟ ହେଲା ଶିବିରରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ସ୍ଥାନୀୟ ୨୫ଜଣ ମହିଳା। ରକ୍ତ ଅଭାବରୁ କାହାକୁ ମରିବାକୁ ଦେବୁନାହିଁ ବୋଲି ସଂକଳ୍ପ ନେଇ ଜିଲ୍ଲାବାସୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ଶିବିରକୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଉଦ୍‌ଘାଟନ କରି ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଦେବେନ୍ଦ୍ର ସିଂ ଧରୁଆ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୋମା ଦାସ, ଡା.ସ୍ମୃତି ମଧୁସ୍ମିତା, ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ, ଥାନା ଅଧିକାରୀ ନରେଶ ପ୍ରଧାନ, ବ୍ଲଡ ବ୍ୟାଙ୍କ ଅଧିକାରୀ ଡା. ଦେବବ୍ରତ୍ତ ଡାକୁଆ, ବିଏସଏଫ କମାଣ୍ଡାଣ୍ଟ ସଂଜୟ ବିଷ୍ଣା, ସାଂସଦ ପ୍ରତିନିଧି ପ୍ରିୟ ରଂଜନ ଦାସ, ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ପାଢ଼ୀ, ଡିପିଏମ୍ ସୁଶାନ୍ତ ପ୍ରହରାଜ, ସରପଞ୍ଚ ଅବନ୍ତୀ ପୂଜାରୀ, ଖଗପତି ଭତ୍ରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe