ଚିକିତ୍ସା ବିଜ୍ଞାନରେ ବିରଳ ଘଟଣା: ପରିବର୍ତ୍ତନ ହେଲା ମହିଳାଙ୍କ ରକ୍ତ ଗ୍ରୁପ୍‌

Advertisment
ଚିକିତ୍ସା ବିଜ୍ଞାନରେ ବିରଳ ଘଟଣା: ପରିବର୍ତ୍ତନ ହେଲା ମହିଳାଙ୍କ ରକ୍ତ ଗ୍ରୁପ୍‌

The New Indian Express

ସମ୍ବଲପୁର: ଭିମ୍‌ସାର୍‌ରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ରକ୍ତ ବର୍ଗରେ ପରିବର୍ତ୍ତନ ହୋଇଥିବା ଜଣା ପଡ଼ିଛି। ଚିକିତ୍ସାବିଜ୍ଞାନରେ ଏହା ନୂଆ ହୋଇ ନଥିଲେ ମଧ୍ୟ ଏକ ବିରଳ ଘଟଣା। ଅତି କ୍ବଚିତ୍ ଏଭଳି ଦେଖିବାକୁ ମିଳିଥାଏ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ପୂର୍ବରୁ ବି’ପଜିଟିଭ୍ ରକ୍ତ ଗ୍ରୁପ୍‌ର ଥିବା ଏହି ୬୦ ବର୍ଷୀୟା ମହିଳାଜଣକ ରକ୍ତହୀନତା (ଅଟୋ ଇମ୍ୟୁନ୍ ହିମୋଲିଟିକ୍ ଏନିମିଆ)ରେ ପୀଡ଼ିତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାର ମହିଳା ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ରକ୍ତହୀନତା କାରଣରୁ ତାଙ୍କୁ ରକ୍ତ ଦେବାର ଆବଶ୍ୟକ ଥିଲା।

‌େ‌ହଲେ ପରୀକ୍ଷାରୁ କୌଣସି ଗ୍ରୁପ୍‌ ସହ ତାଙ୍କ ରକ୍ତ ନମୁନା ମେଳ ଖାଉ ନଥିବା ଜଣା ପଡ଼ିଥିଲା। ପୂର୍ବରୁ ସେ ବହୁବାର ବି’ପଜିଟିଭ୍ ରକ୍ତ ନେଇଥିଲେ। ହେଲେ ଏବେ ରକ୍ତ ମେଳ ନଖାଇବାରୁ ତାଙ୍କୁ ‌ରକ୍ତ ଦିଆଯାଇ ପାରି ନାହିଁ। ତାଙ୍କ ପାଇଁ ବିକଳ୍ପ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି ଡାକ୍ତର କହିଛନ୍ତି। ଏଭଳି ଘଟଣା ସଂପର୍କରେ ଚିକିତ୍ସା ବିଜ୍ଞାନରେ ଉଲ୍ଲେଖ ଥିଲେ ବି ଦୃଷ୍ଟାନ୍ତ ଖୁବ୍ କମ୍ ଦେଖିବାକୁ ମିଳିଥାଏ। ବାରମ୍ବାର ରକ୍ତ ନେବା, ବୋନ୍‌ମେରୋ ପ୍ରତିରୋପଣ, ଅଙ୍ଗ ପ୍ରତିରୋପଣ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ କେବେକେବେ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଭିମ୍‌ସାର୍‌ର ଆସିଷ୍ଟାଣ୍ଟ ପ୍ରଫେରସ୍ ଡା. ଶଂକର ରାମଚନ୍ଦାନୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe