ଏସ୍‌ସିବିରେ ନଭେମ୍ବର ୧ରୁ ଛୁଟି ଦିନରେ ବି ହେବ ରକ୍ତପରୀକ୍ଷା

Advertisment
କଟକ: ଡେଙ୍ଗୁ ରୋଗରେ ଯୁବକଙ୍କ ମୃତ୍ୟୁ

କଟକ: ଛୁଟି ହେଲେ କଟକ ବଡ଼ ମେଡିକାଲରେ ବନ୍ଦ ‌ରହୁଥିଲା ନିଦାନ ବିଭାଗ। ଏଭଳି ସ୍ଥିତିରେ ରକ୍ତ ପରୀକ୍ଷା ପାଇଁ ସମସ୍ୟାରେ ପଡ଼ୁଥିଲେ ରୋଗୀ। କିନ୍ତୁ ଏସ୍‌ସିବିରେ ନଭେମ୍ବର ୧ ତାରିଖରୁ ଛୁଟି ଦିନରେ ମଧ୍ୟ ଖୋଲା ରହିବ ନିଦାନ ବିଭାଗ। ଛୁଟି ଦିନରେ ବି ରୋଗୀଙ୍କ ରକ୍ତ ସଂଗ୍ରହ ସହ ପରୀକ୍ଷା କରାଯିବ ବୋଲି ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ସୂଚନା ଦେଇଛନ୍ତି। ଅନ୍ୟପଟେ ନିଦାନ ବିଭାଗକୁ ପିପିପି ମୋଡରେ ପରିଚାଳନା କରିବା ଏବଂ ୨୪ ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe