ଭୁବନେଶ୍ବର: ସୋମବାର ଦିନ ଭୁବନେଶ୍ବର ମହାନଗର ନିଗମ ତା’ର କୋଭିଡ୍-୧୯ ହେଲ୍ପ୍ଲାଇନ୍ ନମ୍ବର ୧୯୨୯କୁ ଉନ୍ନୀତ କରିଥିବା କଥା ଟୁଇଟ୍ କରି ସୂଚନା ଦେଇଛି। ଭୁବନେଶ୍ବର ନିମନ୍ତେ ଏଥର ଏହି ହେଲ୍ପ୍ଲାଇନ୍ ନମ୍ବର ୨୪x୭ ସକ୍ରିୟ ରହିବ। ଏହି ହେଲ୍ପ୍ଲାଇନ୍ ନମ୍ବର୍କୁ ଫୋନ୍ କରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର କୋଭିଡ୍-୧୯ ସମ୍ବନ୍ଧୀୟ ଅନୁସନ୍ଧାନ କରିହେବ।
ସେହିଭଳି କଟକ ମହାନଗର ନିଗମ ମଧ୍ୟ ଆଜି ଟୁଇଟ୍ କରି କଟକ ସହର ମଧ୍ୟରେ ଥିବା କୋଭିଡ୍-୧୯ ହେଲ୍ଥ୍କେୟାର୍ ସେଣ୍ଟର୍ଗୁଡ଼ିକର ହେଲ୍ପ୍ଲାଇନ୍ ନମ୍ବର ଜାରି କରିଛି। ସେଥିରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଓ ସେ ପାଉଥିବା ଚିକିତ୍ସା ବିଷୟରେ ସେମାନଙ୍କ ପରିବାର ସଦସ୍ୟମାନେ ଏହି ହେଲ୍ଲାଇନ୍ ନମ୍ବରରେ ଫୋନ୍ କରି ବୁଝିପାରିବେ।
Follow Us