BMC Additional Commissioner assault case: Odisha Pradesh Congress holds press conference Photograph: (sambad.in)
ଭୁବନେଶ୍ବର: ବିଏମସିର ଅତିରିକ୍ତ କମିସନରଙ୍କୁ ଆକ୍ରମଣ ମାମଲା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ଏହାର ପ୍ରତିବାଦ କରାଯାଇଛି। ଏହି ଘଟଣାର ଜବାବ ସରକାର ଦେବେ କି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଏଭଳି ଟ୍ରେଣ୍ଡ ବିଜେପି ଦଳ ଆରମ୍ଭ କରିଛି। ଫଳରେ ସରକାରୀ ଅଧିକାରୀମାନେ ଠିକ୍ ଭାବରେ କାର୍ଯ୍ୟ କରିପାରୁ ନାହାନ୍ତି। ଜଣେ ଅଫିସରଙ୍କ ପ୍ରତି ଯେଉଁ ବ୍ୟବହାର କରଯାଇଛି ଏହା ଦ୍ୱାରା ଆଇଏଏସ, ଓଏଏସ ଓ ସମସ୍ତ ଅଧିକାରୀଙ୍କୁ ଅପମାନ ଦିଆଯାଇଛି।
ଏଭଳି କାର୍ଯ୍ୟରେ ସାମିଲ ଥିବା ସମସ୍ତଙ୍କୁ ଗିରଫ କରାଯାଉ। ଯାହାଙ୍କ ପାଇଁ ଘଟଣା ଘଟିଛି ତାଙ୍କୁ ଗିରଫ କରାଯାଉ। ଏନେଇ ସମସ୍ତ ସରକାରୀ ଅଧିକାରୀଙ୍କୁ କ୍ଷମା ମଗାଯାଉ। ମୁଖ୍ୟମନ୍ତ୍ରୀ ସର୍କୁଲାର ଜାରି କରନ୍ତୁ ଯେ, ଜନଶୁଣାଣିକୁ କିଏ ଯାଇ ପାରିବ। ସରକାର ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ସୁଧାରନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଅଘଟଣରେ ମୃତକଙ୍କୁ ୨୫ ଲକ୍ଷ ଟଙ୍କା ଦେଲେ ଅବା କ୍ଷମା ମାଗିଲେ ଏବେ କ’ଣ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା , ଜିଲ୍ଲା ସଭାପିତି ଓ କଂଗ୍ରେସ ମୁଖ୍ୟପାତ୍ର ଉପସ୍ଥିତ ଥିଲେ।
Odisha | congress | Bhubaneswar Municipal Corporation (BMC)
Follow Us