କରୋନା ଟିକା ଗ୍ରହଣ କରିଲେ ବିଏମସି କମିସନର

Advertisment
କରୋନା ଟିକା ଗ୍ରହଣ କରିଲେ ବିଏମସି କମିସନର

ଭୁବନେଶ୍ବର: ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ଗ୍ରହଣ କରିଛନ୍ତି। ଟିକା ନେବା ପରେ ଅଧଘଣ୍ଟା ଅବଜରଭେସନରେ ରହିଛନ୍ତି। କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଯାଉଛି କି ନାହିଁ, ତାହା ଜାଣିବା ପାଇଁ ହସ୍ପିଟାଲରେ ଅଧଘଣ୍ଟା ଅବଜରଭେସନରେ ରହିଛନ୍ତି। ଏହା ପୂର୍ବରୁ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଟିକା ଗ୍ରହଣ କରିଥିଲେ।

ସେପଟେ, ପହିଲାରୁ ବୟସ୍କ  ଓ ଅନ୍ୟାନ୍ୟ ଜଟିଳ ଶାରୀରିକ ସମସ୍ୟା ଥିବା ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର କେ‌ଉଁ ତାରିଖରୁ ଆରମ୍ଭ ହେବ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି। ତେଣୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସ୍ବାସ୍ଥ୍ୟ ଓ ୱେଲନେସ୍‌ କେନ୍ଦ୍ର ଓ ସବ୍-ସେଣ୍ଟରଗୁଡ଼ିକ ଏଥିପାଇଁ ପ୍ରସ୍ତୁତ କରିବା ଲାଗି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe