ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟାପକ ହେଲା ଅଭିଯାନ

Advertisment
ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟାପକ ହେଲା ଅଭିଯାନ

ଭୁବନେଶ୍ବର: ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟାପକ ହେଲା ଅଭିଯାନ। ରାଜଧାନୀର ସମସ୍ତ ୬୭ଟି ୱାର୍ଡରେ ସଫେଇ କାର୍ଯ୍ୟ ସହିତ ସଚେତନତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ସବୁ ୱାର୍ଡର କାର୍ଯ୍ୟ ତଦାରଖ କରିବା ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଏନେଇ ବିଏମସିର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ଭୁବନେଶ୍ୱରରେ ଦୈନିକ ୨୫ରୁ ୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦୫କୁ ବୃଦ୍ଧି ପାଇଛି। ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି। ଏଣୁ ଲୋକେ ଆତଙ୍କିତ ନ ହୋଇ ସଚେତନ ହୁଅନ୍ତୁ। ସେପଟେ ଘରୋଇ ଭାବେ ନୁହଁ, ବରଂ ସରକାରୀ ହସ୍ପିଟାଲରେ ଟେଷ୍ଟିଂ କରିବାକୁ ବି ସେ ପରାମର୍ଶ ଦେଇଛନ୍ତି।

ଡେଙ୍ଗୁ ପ୍ରଭାବିତ ଅଞ୍ଚଳବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଚନ୍ଦ୍ରଶେଖରପୁର ଓ ନିଳାଦ୍ରୀବିହାର ଅଞ୍ଚଳରେ ଦୁଇଟି ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ସ୍ୱଚ୍ଛସାଥୀ, ସ୍ବେଚ୍ଛାସେବୀ ସଂଗଠନ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମାଧ୍ୟମରେ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କରାଯାଇଛି।...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe