ସିଲ୍ ହେଲା ପଟିଆରେ ଥିବା ବିଗ୍ ବଜାର ସପିଂ ମଲ୍

ସିଲ୍ ହେଲା ପଟିଆରେ ଥିବା  ବିଗ୍ ବଜାର ସପିଂ ମଲ୍

image source- odisha bytes

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ପଟିଆରେ ଥିବା  ବିଗ୍ ବଜାର ସପିଂ ମଲ୍କୁ ଆଜି ସିଲ୍ କରାଯାଇଥିବା ଜଣାଯାଇଛି। ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ଏହାର ନିର୍ମାଣ କରାଯାଇଥିବାରୁ ଏହି ସପିଂ ମଲକୁ ସିଲ୍ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଗୁରୁବାର ସକାଳୁ ଏହି ସିଲ୍ ପକ୍ରିୟା ଆରମ୍ଭ ହୋଇଥିଲା । ବିଏମସି କମିସନର୍ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ କାର୍ଯ୍ୟ ଚାଲିଥିଲା ।

ଆଜି ବିଗ୍ ବଜାର ବନ୍ଦ ରହିଥିବା ବେଳେ ଗେଟରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟାକୁ ନେଇ ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର ସୂଚନା ମିଳିଛି । ପାର୍କିଂ ପାଇଁ ଜାଗା ନ ଥିବାରୁ ଅନେକ ସମୟ ରାଜଧାନୀର ଅନେକ ରୁଟରେ ଟ୍ରାଫିକ ଜାମ୍ ଲାଗି ରହେ। ପଟିଆ ଅଞ୍ଚଳରେ ବିଗ୍‌ ବଜାର ମଲ୍ ବି ଏଭଳି ଅସୁବିଧା ଲାଗି କେତେକାଂଶରେ ଦାୟୀ ବୋଲି କୁହାଯାଉଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ମଲ୍ ଚାଲୁଥିବା କୋଠାଟିର ମାଲିକ ଜିତେନ୍ଦ୍ର ପ୍ରସାଦ ସିଂଙ୍କୁ ସିଲିଂ ସଂପର୍କିତ ନୋଟିସ୍ ଦିଆଯାଇଛି। ଏଥିସହ ବିଏମସି ପକ୍ଷରୁ ଏହି ସୂଚନା ସ୍ଥାନୀୟ ଥାନାକୁ ମଧ୍ୟ ଦିଆଯାଇଛି। ଏହି ମଲ୍ ଥିବା ଅଟ୍ଟାଲିକାରେ ଅଣଅଧିକୃତ ନିର୍ମାଣ କରାଯାଇଥିବାରୁ ଏପରି ପଦକ୍ଷେପ ନିଆଯାଇଥିବ‌ା ଏହି ନୋଟିସରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe