କରୋନା ଯୁଦ୍ଧରେ ହାରିଗଲେ ବିଏମ୍‌ସି ମୁଖ୍ୟ କିରାଣି, ନିଗମ କାର୍ଯ୍ୟାଳୟ ବନ୍ଦ, ଆଉ ୭ ଚିକିତ୍ସାଧୀନ

Advertisment
କରୋନା ଯୁଦ୍ଧରେ ହାରିଗଲେ ବିଏମ୍‌ସି ମୁଖ୍ୟ କିରାଣି, ନିଗମ କାର୍ଯ୍ୟାଳୟ ବନ୍ଦ, ଆଉ ୭ ଚିକିତ୍ସାଧୀନ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ମୁଖ୍ୟ କିରାଣି ଉପେନ୍ଦ୍ର ମାଝୀ(୫୬) କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀସ୍ଥିତ କୋଭିଡ୍ କେୟାର୍‌ ହସ୍‌ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ୪ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶ୍ରୀ ମାଝୀଙ୍କ ମୃତ୍ୟୁ ପରେ ମହାନଗର ନିଗମ କାର୍ଯ୍ୟାଳୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। କେବଳ ବିଏମ୍‌ସି କମିସନର, ଡେପୁଟି କମିସନର, ସ୍ବାସ୍ଥ୍ୟ ଓ ବିତ୍ତ ଭଳି କିଛି ନିର୍ଦ୍ଦିଷ୍ଟ ବିଭାଗ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭାଗକୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ନିଗମ କାର୍ଯ୍ୟାଳୟରେ କାର୍ଯ୍ୟରତ ଆହୁରି ୭ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ବରିଷ୍ଠ କିରାଣି ଶ୍ରୀ ମାଝୀଙ୍କ ଆକସ୍ମିକ ବିୟୋଗ ଖବର ପ୍ରଚାରିତ ହେବା ପରେ ବିଏମ୍‌ସି କର୍ମଚାରୀଙ୍କ ମହଲରେ ଶୋକର ବାତାବରଣ ସୃଷ୍ଟି ହୋଇଛି। କମିସନର ଚକ୍ରବର୍ତ୍ତୀ ସିଂ ରାଠୋଡ଼ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସ୍ବର୍ଗତ ମାଝୀ ବ୍ରହ୍ମପୁର ମହାନଗର ନିଗମରେ ଦୀର୍ଘ ୭ବର୍ଷ ହେଲା ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଜଣେ କର୍ମଠ କର୍ମଚାରୀ ଭାବେ ପରିଚିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe