Advertisment

ବିଏମ୍‌ସିର ନୂଆ ଗାଇଡ୍‌ଲାଇନ୍‌: ବିବାହରେ ୧୦୦ ଲୋକଙ୍କୁ ଅନୁମତି, ଅନ୍ତିମ ସଂସ୍କାରରେ ୫୦ ଜଣ ଯାଇପାରିବେ

Advertisment
ବିଏମ୍‌ସିର ନୂଆ ଗାଇଡ୍‌ଲାଇନ୍‌: ବିବାହରେ ୧୦୦ ଲୋକଙ୍କୁ ଅନୁମତି, ଅନ୍ତିମ ସଂସ୍କାରରେ ୫୦ ଜଣ ଯାଇପାରିବେ

ଭୁବନେଶ୍ବର: ଏଣିକି ଭୁବନେଶ୍ବରରେ ବାହାଘର କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ଭିଡ ହୋଇପାରିବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି ହୋଇଛି। ନୂତନ ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସି ଅଧିନରେ ବାହାଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲେ ସେଠାରେ ୧୦୦ ଜଣ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ। ସେହିପରି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୫୦ ଜଣ ଲୋକ ଯୋଗଦେଇପାରିବେ। ଚଳିତ ମାସ ୬ ତାରିଖରୁ ବିଏମ୍‌ସିର ନୂଆ ଗାଇଡଲାଇନ୍‌ ଲାଗୁ ହେବ।

ସେହିପରି ଅନ୍ୟ ସମ୍ମିଳନୀ, ସମାବର୍ତ୍ତନ ଉତ୍ସବ, ସୁବର୍ଣ୍ଣ ଓ ରଜତ ଜୟନ୍ତୀ ସମାରୋହ ଉପରେ ମଧ୍ୟ କଟକଣା ରହିବ। ଶିକ୍ଷାନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମ ଓ ଉତ୍ସବ ଉପରେ ବି କଟକଣା ଲାଗିବ। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କାର୍ଯ୍ୟକ୍ରମ ହୋଇପାରିବ ନାହିଁ।

ସୂଚନାଯୋଗ୍ୟ, ଭୁବନେଶ୍ବରରୁ ଆଜି ୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସି ୩୧ ଜଣ ସଂକ୍ରମିତ ହୋଇଛନ୍ତି। ଅପରପକ୍ଷେ ୧୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ମୋଟ ୩୨ ହଜାର ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ସୁସ୍ଥ ହୋଇଛନ୍ତି ୩୧ ହଜାର ୯୩୩ ଜଣ। କରୋନାରେ ମୋଟ୍‌ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe