ବ୍ରିଟେନ ଫେରନ୍ତାଙ୍କୁ ଖୋଜୁଛି ବିଏମସି, ନିଜ ନିଜର ତଥ୍ୟ ଦେବାକୁ ଅନୁରୋଧ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Advertisment
ବ୍ରିଟେନ ଫେରନ୍ତାଙ୍କୁ ଖୋଜୁଛି ବିଏମସି, ନିଜ ନିଜର ତଥ୍ୟ ଦେବାକୁ ଅନୁରୋଧ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

image source-indiatv news

ଭୁବନେଶ୍ବର:  ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ରିଟେନ ଫେରନ୍ତାଙ୍କୁ ଖୋଜା ଚାଲିଛି ବୋଲି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏଣେ ବ୍ରିଟେନ ଫେରନ୍ତାଙ୍କୁ ନିଜର ତଥ୍ୟ ଦେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଅନୁରୋଧ କରିଛନ୍ତି ।

ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମ ୨୦ଜଣ ବ୍ରିଟେନ ଫେରନ୍ତାଙ୍କ ତାଲିକା ପାଇଥିଲା। ସେମାନଙ୍କର ଟେଷ୍ଟ କରାଯିବା ପରେ  ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତକାଲି ୫୦ରୁ ୬୦ ଜଣ ବ୍ରିଟେନ ଫେରନ୍ତାଙ୍କ ତାଲିକା ମିଳିଛି। ଆଜି ସନ୍ଧ୍ୟା ଅଥବା ଆସନ୍ତାକାଲି ସୁଦ୍ଧା ବିଏମସି ଏମାନଙ୍କର ଚୁଡାନ୍ତ ରିପୋର୍ଟ ଦେଇପାରିବ। କିନ୍ତୁ ଭୁଲ୍ ଫୋନ ନମ୍ବର ଯୋଗୁ ବ୍ରିଟେନ ଫେରନ୍ତାଙ୍କ ଚିହ୍ନଟରେ ଅସୁବିଧା ଉପୁଜିଛି ବୋଲି ସେ କହିଛନ୍ତି।

ଏଣେ ପତ୍ତା ମିଳୁ ନଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜର ତଥ୍ୟ ଦେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ବ୍ରିଟେନରୁ ଫେରିଥିବା ୧୮୧ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଭୟ କରିବାର କୌଣସି କଥା ନାହିଁ। ଯଦି ବି ସେମାନଙ୍କ ମଧ୍ୟରୁ କିଏ ପଜିଟିଭ୍ ଚିହ୍ନଟ ହେବେ, ସେମାନଙ୍କର ଜିନମ୍ ସିକ୍ୱେନ୍ସିଂ ଦେଖିବୁ ଏବଂ ଆକାଡେମିକ୍ ରିସର୍ଚ କରିବୁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନୂଆ ଷ୍ଟ୍ରେନ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରାଯାଉଛି। ଯେଉଁ ୮ରୁ ୧୦ଟି ଦେଶରେ ନୂଆ ଷ୍ଟ୍ରେନ ଦେଖାଯାଇଛି, ସେଠି ମୃତ୍ୟୁ ସଂଖ୍ୟା ବିଶେଷ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe