ଲାଞ୍ଚ ନେଇ ଧରାପଡ଼ିଲେ ବିଏମସି ଟ୍ୟାକ୍ସ କଲେକ୍ଚର

Advertisment
ଲାଞ୍ଚ ନେଇ ଧରାପଡ଼ିଲେ ବିଏମସି ଟ୍ୟାକ୍ସ କଲେକ୍ଚର

ଭୁବନେଶ୍ବର: ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗକାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଞ୍ଚ ଟଙ୍କା ଜବତ କରିବା ସହ ହେମନ୍ତ କୁମାର ସାହୁ ଓ ଯୋଗେନ୍ଦ୍ର ପ୍ରଧାନଙ୍କୁ ଧରିଥିଲେ। ଉଭୟଙ୍କୁ ଭିଜିଲାନ୍ସ ଅଟକ ରଖିଛି।

publive-image ସେଦୁହେଁ ଅଭିଯୋଗକାରୀଙ୍କ ହୋଲ୍ଡିଂ ଟିକସ କମାଇବା ଲାଗି ଲାଞ୍ଚ ନେଉଥିଲେ। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ଅନୁସନ୍ଧାନ ଚାଲିଛି। ଯୋଗେନ୍ଦ୍ର ପ୍ରଧାନ ଜଣେ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯିଏକି ବିଏମସିରେ ଏବେ ବି କାର୍ଯ୍ୟରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe