ବାତ୍ୟା ‘ତିତ୍‌ଲି’ ପାଇଁ ବିଏମ୍‌ସିର ପ୍ରସ୍ତୁତି: ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ହେଲପ୍‌ଲାଇନ୍‌ ନମ୍ବର

Advertisment
ବାତ୍ୟା ‘ତିତ୍‌ଲି’ ପାଇଁ ବିଏମ୍‌ସିର ପ୍ରସ୍ତୁତି: ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ହେଲପ୍‌ଲାଇନ୍‌ ନମ୍ବର

ଭୁବନେଶ୍ୱର: ବଙ୍ଗୋପସାଗର ଭିତରୁ ମାଡି ଆସୁଥିବା ପ୍ରଳୟଙ୍କାରୀ ବାତ୍ୟା ‘ତିତ୍‌ଲି’କୁ ମୁକାବିଲା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। କଣ୍ଟ୍ରୋଲ୍‌ ରୁମ୍‌ ମାଧ୍ୟମରେ ଲୋକଙ୍କୁ ବାତ୍ୟା ସଂପର୍କୀତ ସୂଚନା ଦିଆଯିବ। ଏଥିପାଇଁ ହେଲପ୍‌ଲାଇନ୍‌ ନମ୍ବର ୧୮୦୦୩୪୫୦୦୬୧, (୦୬୭୪) ୨୪୩୨୨୮୧ ଜାରି ହେବ।

ତିତ୍‌ଲି ସ୍ଥଳଭାଗକୁ ଛୁଇଁବା ବେଳକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ। ପବନର ବେଗ ଘଣ୍ଟା ପିଛା ୧୨୫ କିଲୋମିଟ ଛୁଇଁପାରେ। ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ଯେ, ତିତ୍‌ଲି ପ୍ରଭାବରେ ଆଜି ରାତିରୁ ବର୍ଷା ଆରମ୍ଭ ହୋଇଯିବ।

ବାତ୍ୟା ତିତ୍‌ଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଠାରୁ ୪ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଏହି ଜିଲ୍ଲା ଗୁଡ଼ିକରେ ସ୍କୁଲ ଗୁଡ଼ିକ ବନ୍ଦ ରହିବ। ସେ କହିଛନ୍ତି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe