ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ବିଏମ୍‌ସିର ବ୍ୟାପକ ପ୍ରସ୍ତୁତି : ହ୍ୟାଣ୍ଡଲୁମ୍ ଓ୍ୱାକଥନରେ ସାମିଲ ହେବେ ୫ ଶହରୁ ଅଧିକ ମହିଳା

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ମାର୍ଚ୍ଚ ୮ ତାରିଖ ଦିନ ଅନ୍ତର୍ଜାତୀୟ ମହିଳା ଦିବସରେ ‘ସମ୍ପୂର୍ଣ୍ଣା’ ପାଳିତ ହେବ। ଏହି ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ....

BMC's massive preparations for International Women's Day: Over 500 women to participate in Handloom Walkathon

BMC's massive preparations for International Women's Day: Over 500 women to participate in Handloom Walkathon

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ମାର୍ଚ୍ଚ ୮ ତାରିଖ ଦିନ  ଅନ୍ତର୍ଜାତୀୟ ମହିଳା ଦିବସରେ ‘ସମ୍ପୂର୍ଣ୍ଣା’ ପାଳିତ ହେବ। ଏହି ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ବୁଧବାର ବିଏମ୍‌ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ  ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଅତିରିକ୍ତ କମିସନର ରତ୍ନାକର ସାହୁ,  ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟର ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
 

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖ ସକାଳ ସାଢେ ୬ ଟାରେ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବିଏମ୍‌ସି ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ହ୍ୟାଣ୍ଡଲୁମ୍ ଓ୍ୱାକଥନ କରାଯିବ। ଏଥିରେ ୫ ଶହରୁ ଅଧିକ ମହିଳା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମହିଳାମାନେ ସମସ୍ତେ ହସ୍ତତନ୍ତ ଶାଢୀ ପରିଧାନ କରି ଏହି ଓ୍ୱାକଥନରେ ସାମିଲ ହେବେ । ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରଚାର ପ୍ରସାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । 

ଏହି ହ୍ୟାଣ୍ଡଲୁମ୍ ଓ୍ୱାକଥନକୁ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଏହି ଓ୍ୱାକଥନରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସାନ୍ଧ୍ୟ ଅଧିବେଶନରେ ସମ୍ମାନିତ କରାଯିବ । 
 
ସେହିପରି ଉତ୍କଳ ମଣ୍ଡପଠାରେ ସନ୍ଧ୍ୟା  ସାଢେ ୫ଟାରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହେବ । ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ଓ ନୃତ୍ୟଗୁରୁମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ ।  ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳାମାନଙ୍କୁ ସମ୍ମାନୀତ କରାଯିବ।
ଏଥିରେ ବହୁ ଲବ୍ଧ ପ୍ରତିଷ୍ଠିତ କଳାକାର, ସାହିତ୍ୟିକ, ପୁଲିସ କର୍ମଚାରୀ, ସଙ୍ଗୀତଜ୍ଞ, ସାମାଜିକ କର୍ମୀ ଆଦି ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ସହିତ ରାଜ୍ୟ ହସ୍ତତନ୍ତ ବିଭାଗ, ସମବାୟ ବିଭାଗ ମଧ୍ୟ ସାମିଲ ହେଉଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ସାମିଲ ହେବା ପାଇଁ ମେୟର ଅନୁରୋଧ କରିଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଅତିରିକ୍ତ କମିସନର  ଶୁଭେନ୍ଦୁ କୁମାର ସାହୁ କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe