ମୃତ ବାର୍‌ହା ଉଦ୍ଧାର

Advertisment
ମୃତ ବାର୍‌ହା ଉଦ୍ଧାର

ଡାବୁଗାଁ: ଡାବୁଗାଁ ବନ ବିଭାଗ ପକ୍ଷରୁ ଗତ ୨୮ତାରିଖରେ ଏକ ମୃତ ବାର୍‌ହା ଜବତ କରାଯାଇଛି। ମୃତ ବାର୍‌ହାର କାନ ଓ ପାଟିରୁ ରକ୍ତସ୍ରାବ ହୋଇଥିବାରୁ ବାର୍‌ହାଟିକୁ କେହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଗତ ୨୮ତାରିଖ ଅପରାହ୍ନ ପ୍ରାୟ ୫ଟାରେ ଡାବୁଗାଁ ଡଙ୍ଗରୀଗୁଡା ସ୍ଥିତ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ କୃଷ୍ଣଚନ୍ଦ୍ର ଦାସଙ୍କ ଘର ପରିସରରେ ଏକ ଜଙ୍ଗଲି ବାର୍‌ହା ମରି ପଡିଥିବା ଦେଖିବାକୁ ମିଳିଥିଲା। ପରେ ଏନେଇ ଶ୍ରୀ ଦାସ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁଙ୍କୁ ଖବର ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ମୃତ ବାର୍‌ହାକୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ ଜମିଥିଲା। ବନପାଳ ଶ୍ରୀ ସାହୁ, ବନରକ୍ଷୀ ଓ ପାରା ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ମୃତ ବାର୍‌ହାକୁ ଉଦ୍ଧାର କରି ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ମୃତ ବାର୍‌ହାର କାନ ଓ ପାଟିରୁ ରକ୍ତସ୍ରାବ ହୋଇଥିବାରୁ ବାର୍‌ହାଟିକୁ କେହି ଆକ୍ରମଣ କରୁଥିବା ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ପରେ ବାର୍‌ହାର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀ ସାହୁ କହିଛନ୍ତି। ଏନେଇବନ ବିଭାଗ ପକ୍ଷରୁ କେଶ୍‌ ନଂ-୧୫୯/୧୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe