ଅବସର ନେଲେ ବୋର୍ଡ ସଭାପତି ସୁଶାନ୍ତ ଦାସ

Advertisment
ଅବସର ନେଲେ ବୋର୍ଡ ସଭାପତି ସୁଶାନ୍ତ ଦାସ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଭାପତି ଡକ୍ଟର ସୁଶାନ୍ତ ଦାସ ସେପ୍ଟେମ୍ବର ୩୦ତାରିଖ ଶନିବାର ଅବସର ନେଇଛନ୍ତି। ଡକ୍ଟର ଦାସଙ୍କ ଅବସର ସଂକ୍ରାନ୍ତରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ଆଦେଶନାମା ପ୍ରକାଶ ପାଇଥିଲା। ଆଦେଶନାମା ଅନୁସାରେ ଶନିବାର ଡକ୍ଟର ଦାସ ବୋର୍ଡ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଡକ୍ଟର ଦାସ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ସଭାପତି ଭାବେ ୨୦୧୬ ଅଗଷ୍ଟ ୨ ତାରିଖରେ ଯୋଗ ଦେଇଥିଲେ। ବୋର୍ଡରେ ୧୪ମାସ କାର୍ଯ୍ୟକାଳ ମଧ୍ୟରେ ଡକ୍ଟର ଦାସ ୨୦୧୭ ମାଟ୍ରିକ୍‌, ୨୦୧୭ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ୩ଟି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି), ଗୋଟିଏ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା, ୨ଟି ଭାଷା ପରୀକ୍ଷା, ୨ଟି ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ ପରୀକ୍ଷା, ୨ଟି ରାଜ୍ୟ ଓପନ୍‌ ସ୍କୁଲ ପରୀକ୍ଷାକୁ ସଫଳତାର ସହିତ ସଂପାଦନ କରିଥିଲେ। ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷାକୁ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ କରାଇ ଡକ୍ଟର ଦାସ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଓଡ଼ିଆ ପିଲାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲେ।

୧୯୮୪ ମସିହା ସେପ୍ଟେମ୍ବର ୧୭ରେ ଢ଼େଙ୍କାନାଳ କଲେଜରୁ ଅର୍ଥନୀତି ଅଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଡକ୍ଟର ଦାସ ପରବର୍ତ୍ତୀ ସମୟରେ ବିଜେବି କଲେଜ, ରେଭେନ୍‌ସା କଲେଜ, ଭବାନୀପାଟଣା କଲେଜ, ଜେକେବିକେ କଲେଜ ଆଦି ଅନୁଷ୍ଠାନରେ କାର୍ଯ୍ୟ କରିଥିଲେ। ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦ(କାଉନ୍‌ସିଲ)ର ଡେପୁଟି କଣ୍ଟ୍ରୋଲର, ୨୦ ମାସ ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ କଣ୍ଟ୍ରୋଲର ଭାବେ ସେ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ। ଜଣେ ବିଶିଷ୍ଟ ଶିକ୍ଷାବିତ, ସୁଦକ୍ଷ ପ୍ରଶାସକ ଭାବେ ଡକ୍ଟର ଦାସ ରାଜ୍ୟରେ ବେଶ୍‌ ଲୋକପି୍ର୍ରୟତା ହାସଲ କରିପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe