ଜେଟ୍ଟି ଲାଗିବାର ବର୍ଷେ ପରେ ବି ରାମସାଗରରେ ହେଲାନି ନୌକା ବିହାର

Advertisment

ଏଥର ବି ପାଣିରେ ପଡ଼ିବ ୧୭.୫ ଲକ୍ଷ ଟଙ୍କା!

ଏଥର ବି ପାଣିରେ ପଡ଼ିବ ୧୭.୫ ଲକ୍ଷ ଟଙ୍କା!

ଜେଟ୍ଟି ଲାଗିବାର ବର୍ଷେ ପରେ ବି ରାମସାଗରରେ ହେଲାନି ନୌକା ବିହାର

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ମୁଦିପଡ଼ାସ୍ଥିତ ରାମସାଗର ଉଦ୍ୟାନରେ ଥିବା ପୋଖରୀରେ ନୌକା ବିହାର ପାଇଁ ଜେଟ୍ଟି ଲଗାଯିବା ଓ ବୋଟ୍‌ ଆସିବା ଘଟଣାକୁ ବର୍ଷେ ବିତିଗଲାଣି। ଇତି ମଧ୍ୟରେ ରାମସାଗର ଉଦ୍ୟାନ ମଧ୍ୟ ଖୋଲିବାକୁ ୧ ମାସ ହୋଇଗଲାଣି। ବନ୍ଧରେ ଲଗାଯାଇଥିବା ଜେଟ୍ଟିରେ ଏବେ ସିଉଳି ଲାଗି ଯାଇଥିବା ସମୟରେ ବନ୍ଧ ମଧ୍ୟ ପୁଣିଥରେ ଦଳରେ ଭର୍ତ୍ତି ହେବାକୁ ଯାଉଛି। କିନ୍ତୁ ଆସିଥିବା ବୋଟ୍‌ ଓ ଜେଟ୍ଟି ବ୍ୟବହାର କରି ନୌକା ବିହାର ଆରମ୍ଭ କରାଯାଉନି। ଫଳରେ ଗତ ୧୦ ବର୍ଷ ମଧ୍ୟରେ ଏହି ଉଦ୍ୟାନରେ ଖର୍ଚ୍ଚ ହୋଇଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ଯେଭଳି ବରବାଦ୍‌ ହୋଇଥିଲା ଠିକ୍‌ ସେହିଭଳି ଏହି ଟଙ୍କା ମଧ୍ୟ ବରବାଦ୍‌ ହେବା ନେଇ ଆଶଙ୍କା ଦେଖାଦେଇଛି। ଏସମ୍ପର୍କରେ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ପଚାରିବାରେ ଖୁବ୍‌ ଶୀଘ୍ର ‌ନୌକା ବିହାର ଆରମ୍ଭ ହେବ ବୋଲି କୁହାଯାଇଛି।

publive-imageଦୀର୍ଘବର୍ଷ ହେବ ରାମସାଗର ଉଦ୍ୟାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ହେଁ ଏହା ଲୋକଙ୍କ କାମରେ ଲାଗିପାରୁନଥିଲା। ତେବେ ୨୦୧୮ ମସିହାରେ ଅମୃ୍ତ ଯୋଜନାରେ ୧.୩୮ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ପୋଖରୀର ପୁନରୁଦ୍ଧାର କରାଯାଇଥିଲା। ସେହି ସମୟରେ ଏଠାରେ ପୁଣିଥରେ ନୌକା ବିହାର କରିବା ସାଙ୍ଗକୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ୮୦ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ମ୍ୟୁଜିକାଲ ଫାଉଣ୍ଟେନ୍‌(ଜଳଫୁଆରା) ଲଗାଯାଇଥିଲା। ପୁନରୁଦ୍ଧାର ପରେ ମଧ୍ୟ ଏହି ରାମସାଗର ଉଦ୍ୟାନର ଠିକ୍‌ରେ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଉଦ୍ୟାନ ନିଜର ଅସ୍ତିତ୍ବ ହରାଇବାକୁ ବସୁଛି। ତେବେ ‌୨୦୧୮ ମସିହାରେ ଆସିଥିବା ବୋଟ୍‌ଗୁଡ଼ିକ ପଡ଼ିପଡ଼ି ନଷ୍ଟ ହେବା ପରେ ଏସ୍‌ଏମ୍‌ସି ପକ୍ଷରୁ ଏହାକୁ ପରିବର୍ତ୍ତନ କରାଯାଇଥିଲା। ପରେ ୪ସିଟର ବିଶିଷ୍ଠ ୪ଟି ପ୍ୟାଡେଲ ବୋଟ୍‌ ଅଣାଯାଇଥିଲା। ଗତ ଜାନୁଆରିରେ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଜେଟ୍ଟି ଲଗାଯାଇଥିଲା। ରାମ ସାଗର ଉଦ୍ୟାନରେ ହେବାକୁ ଥିବା ଏହି ନୌକାବିହାର ପାଇଁ ଲାଇଫ ଗାର୍ଡଙ୍କୁ ମଧ୍ୟ ନିଯୁକ୍ତ କରାଯିବ ବୋଲି କୁହାଯାଇଥିଲା। ସମସ୍ତ କାମ ଶେଷ ହୋଇଯାଇଥିବା ସମୟରେ ଖୁବ୍‌ କମ୍‌ ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଗତ ଜାନୁଆରି ମାସରେ ଏସ୍‌ଏମ୍‌ସି ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe