ବ୍ରାହ୍ମଣୀ ନଦୀରେ ବୁଡ଼ିଲା ଡଙ୍ଗା, ଘାଟିଆ ସମେତ ୨ ନିଖୋଜ

Advertisment
ବ୍ରାହ୍ମଣୀ ନଦୀରେ ବୁଡ଼ିଲା ଡଙ୍ଗା, ଘାଟିଆ ସମେତ ୨ ନିଖୋଜ

ଆଳି: ଆଜି ସକାଳୁ ବ୍ରାହ୍ମଣୀ ନଦୀର ଏକମାଣିଆ-ଦକ୍ଷିଣଡିହା ନଦୀଘାଟରେ ନୌକା ଦୁର୍ଘଟଣା ଘଟି ଘାଟିଆ ସମେତ ଜଣେ ୧୨ ବର୍ଷର ବାଳକ ନିଖୋଜ ହୋଇଯାଇଛନ୍ତି।
ସକାଳ ୬ଟା ସମୟରେ କେରଡାଗଡରୁ କଟକ ଯାଉଥିବା ଥିବା ଏକ ବସ୍ ଧରିବା ପାଇଁ ଏକମାଣିଆ, ନଳପାହି,ଦକ୍ଷିଣଡିହା ଗ୍ରାମର ପ୍ରାୟ ୪୦ ଯାତ୍ରୀ ଦକ୍ଷିଣଡିହା ନଦୀଘାଟରୁ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ବସିଥିଲେ। ବସ୍ ଧରିବା ପାଇଁ ତରବର ହେଉଥିବା ଯାତ୍ରୀମାନେ ନଦୀପଠାରେ ଲାଗିଥିବା ଡଙ୍ଗାକୁ ଦକ୍ଷିଣ ଡିହା ନଦୀଘାଟରୁ ନଦୀ ଭିତରକୁ ଠେଲୁଥିବା ସମୟରେ ଡଙ୍ଗାଟି ହଠାତ୍ କ୍ଷିପ୍ରଗତିରେ ନଦୀ ଭିତରକୁ ଚାଲିଯାଇ ଭାରସାମ୍ୟ ହରାଇ ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲା। ଘାଟିଆ ସୁଦର୍ଶନ ସ୍ବାଇଁ ବୁଡ଼ି ଯାଉଥିବା ଯାତ୍ରୀମାନଙ୍କୁ ଜଣକ ପରେ ଜଣେ ଉଦ୍ଧାର କରିଥିଲେ। ହେଲେ ନଦୀରେ ବୁଡ଼ିଥିବା ଦେବେନ୍ଦ୍ର ବେହେରା(୧୨)ଙ୍କୁ ଉଦ୍ଧାର କରିବା ସମୟରେ ଉଭୟେ ଗଭୀର ଜଳରେ ବୁଡି ନିଖୋଜ ହୋଇଯାଇଛନ୍ତି।

publive-image

ସ୍ଥାନୀୟ ଗ୍ରାମବାସୀମାନେ ଦୀର୍ଘ ସମୟ ଧରି ନଦୀରେ ୨ ନିଖୋଜଙ୍କୁ ଖୋଜୁଥିବା ବେଳେ ବିଳମ୍ବରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣାପଡ଼ିଛି।ଦକ୍ଷିଣଡିହା ସମେତ କେରଡା ଗଡ ନଦୀଘାଟରେ କାନ୍ଦବୋବାଳି ପଡିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe