Boat capsizes while fishing with family: Two children dead, wife missing Photograph: (sambad.in)
ରିଆମାଳ: ଦେଓଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖିଲେଇ ପଞ୍ଚାୟତ ଅନ୍ତର୍ଗତ ତଲେଇସର ଗ୍ରାମର ରେଙ୍ଗାଳି ଜଳ ଭଣ୍ଡାରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ଡଙ୍ଗାରେ ପରିବାର ସହ ମାଛ ଧରିବାକୁ ଯାଇ ଲହଡ଼ି ମାଡ଼ିବାରୁ ଡଙ୍ଗା ବୁଡ଼ି ହୋଇଛି।
ଡଙ୍ଗାରେ ବସିଥିବା ଦୁଇ ଶିଶୁ ପୁତ୍ରଙ୍କର ବୁଡ଼ି ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ନିଖୋଜ ଅଛନ୍ତି। ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ପୁଡାଡିହି ଗ୍ରାମର ବୁଲୁ ପେଣ୍ଠେଇ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅକୁ ଧରି ମାଛ ମାରିବାକୁ ଯାଇଥିଲେ।
ବୁଧବାର ରାତି ୧୧ଠାରେ ଲହଡ଼ି ବହୁ ଜୋରରେ ମାରିବାରେ ଡଙ୍ଗା ଲେଉଟି ପଡ଼ି ବୁଡ଼ି ଯାଇଥିଲା। ବୁଲୁ ପେଣ୍ଠେଇ ଜୀବିତ ଥିବା ବେଳେ, ସ୍ତ୍ରୀ ଜ୍ୟୋତ୍ସ୍ନା ପେଣ୍ଠେଇ, ପୁଅ ଆୟୁଷ ପେଣ୍ଠେଇ(୬),ରିଭେନ୍ସ ପେଣ୍ଠେଇ (୪) ନିଖୋଜ ଥିଲେ। ସେ ରାତି ସାରା ଖୋଜା ଖୋଜି କରିଥିଲେ ମଧ୍ୟ ପାଇଁ ନ ଥିଲେ ।
ନିକଟସ୍ଥ ଲୋକଙ୍କୁ ଡାକ ପକାଇବାରୁ ସେମାନେ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁବାର ସକାଳୁ ଦୁଇ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ସ୍ତ୍ରୀ ନିଖୋଜ ଅଛନ୍ତି। ଜନସାଧାରଣ ପହଞ୍ଚି ଉଦ୍ଧାର କରିଥିବା ବେଳେ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଛନ୍ତି।ବୁଲୁ ମାଛ ମାରି ଜିବୀକା ନିର୍ବାହ କରୁଥିବା ବେଳେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
Deogarh | Accident
Follow Us