ବିଓବି ପକ୍ଷରୁ ବରୋଦା କିଷାନ ପଖୱାଡ଼ାର ପଞ୍ଚମ ସଂସ୍କରଣ ଉଦଘାଟିତ

ବିଓବି ପକ୍ଷରୁ ବରୋଦା କିଷାନ ପଖୱାଡ଼ାର ପଞ୍ଚମ ସଂସ୍କରଣ ଉଦଘାଟିତ

ଭୁବନେଶ୍ବର: ଖୋର୍ଦ୍ଧାସ୍ଥିତ ଜୟ ରାଜଗୁରୁ ଟାଉନ ହଲ୍‌ ବ୍ୟାଙ୍କ ଅଫ ବରୋଦା, ଭୁବନେଶ୍ବର କ୍ଷେତ୍ର ପକ୍ଷରୁ ବରୋଦା କିଷାନ ପଖୱାଡ଼ାର ପଞ୍ଚମ ସଂସ୍କରଣ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମକୁ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଦତ୍ତ ଚାନ୍ଦ ଉଦଘାଟନ କରିଛନ୍ତି। ସୋନମ ଟି.ଭୂତିଆ, ମହାପ୍ରବନ୍ଧକ, ପାଟନା ଜୋନ, ଆର.‌କେ.ମହାନ୍ତି, ଏନଡିଜିଏମ୍‌ – ୧, ପାଟନା ଜୋନ, ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରଂଜିତ କୁମାରଙ୍କ ସମେତ ବ୍ୟାଙ୍କର ଶାଖା ମୁଖ୍ୟ ଓ କ୍ଷେତ୍ରୀୟ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ୭୫ ସ୍ବୟଂ ସହାୟକ ଗୋଷ୍ଠୀର ୭୫୦ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଶ୍ରୀ ଚାନ୍ଦ ବ୍ୟାଙ୍କ ଅଫ୍‌ ବରୋଦା ଏକ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଭାରତୀୟ କୃଷି ସମ୍ପ୍ରଦାୟ ସହିତ ଏହା ଗଭୀର ଭାବେ ଜଡ଼ିତ ରହିଛି ବୋଲି କହିଥିଲେ। ବ୍ୟାଙ୍କ ଅଫ୍‌ ବରୋଦା ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳକୁ ମୁଖ୍ୟ ବ୍ୟାଙ୍କିଙ୍ଗ୍‌ ସ୍ରୋତ ସହ ସଂଯୁକ୍ତ କରିବା ସହ କୃଷି କାର୍ଯ୍ୟକୁ ବୃଦ୍ଧି କରିବାରେ ସକ୍ଷମ କରିଥାଏ ବୋଲି ସେ ପ୍ରକାଶ କରିଥିଲେ। ବରୋଦା କିଷାନ ପଖୱାଡ଼ା ବ୍ୟାଙ୍କିଙ୍ଗ୍‌ ଇଣ୍ଡଷ୍ଟ୍ରିର ଏକ ନିଆରା ପଦକ୍ଷେପ ଯାହା କୃଷି ଗ୍ରାହକଙ୍କ ସହ ବ୍ୟାଙ୍କର ସମ୍ପର୍କକୁ ମଜବୁତ୍‌ କରିଥାଏ। ଏହି କାର୍ଯ୍ୟକ୍ରମ ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟାନ୍ୟ କୃଷିଭିତ୍ତିକ କାର୍ଯ୍ୟ ନିମନ୍ତେ ବ୍ୟାଙ୍କ ପକ୍ଷରୁ ୫୧ କୋଟି ଟଙ୍କାର ଋଣ ବିତରଣ କରାଯାଇଥିଲା।

୨୦୧୮ ମସିହାରୁ ଆରମ୍ଭ ହୋଇଥିବା କିଷାନ ପଖୱାଡ଼ା କୃଷି ସମ୍ପ୍ରଦାୟ ସହ ଜଡ଼ିତ ହେବା ଏବଂ ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ବିଭିନ୍ନ ଉତ୍ପାଦ ଓ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ଲାଟଫର୍ମ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାଙ୍କ ୪.୫ ଲକ୍ଷ କୃଷକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ବର ଶାଖାର କର୍ମଚାରୀ ଯୋଗ ଦେଇଥିଲେ। କୃଷକ ସମ୍ମିଳନୀ, ଚୌପାଲ, ମୃତ୍ତିକା ପରୀକ୍ଷଣ ଶିବିର, ଗୋରୁ ସ୍ବାସ୍ଥ୍ୟ ଯାଞ୍ଚ ଶିବିର ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅଧିକରୁ ଅଧିକ ସଂଖ୍ୟକ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe