ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ବବି: ‘ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ’

Advertisment
ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ବବି: ‘ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ’

ଭୁବନେଶ୍ବର: ନିକଟରେ ମୁଖ୍ୟମନ୍ତ୍ରୀ ବାରିପଦାରେ ବକ୍ତବ୍ୟ ଦେବା ସମୟରେ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କହିବା ବଦଳରେ ଭୁଲ୍‌ବଶତଃ ଦେଶର ପ୍ରଧାନମନ୍ତ୍ରୀ କହିଥିଲେ। ହେଲେ ତୁରନ୍ତ କ୍ଷମା ମାଗି ଏହାକୁ ସଂଶୋଧନ କରିଥିଲେ। କିନ୍ତୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋରଡ଼ା ଓ ବାରିପଦାରେ ନିର୍ବାଚନ ପ୍ରଚାର କରିବା ସମୟରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାଷଣ ଦେବା ସମୟରେ ମୟୂରଭଞ୍ଜ ମାଟିର ଝିଅକୁ ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି ଜାଣିନପାରିବା ଚିନ୍ତାଜନକ।

ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କଡ଼ା ସମାଲୋଚନା କରିଛନ୍ତି। ଶ୍ରୀ ଦାସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଧର୍ମେନ୍ଦ୍ର ଭାଇ ଓଡ଼ିଶାର ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର। ଜଣେ ବ୍ୟକ୍ତି ରାଜନୀତିରେ ଥାଆନ୍ତୁ କିମ୍ବା କୌଣସି ବି କ୍ଷେତ୍ରରେ, ସଭିଏଁ ଏହି ସଂସ୍କୃତିକୁ ସମ୍ମାନ ଦେଇଥାନ୍ତି। ଅତ୍ୟନ୍ତ ଶାଳୀନତା ଓ ଭଦ୍ରାମୀର ସହ କଥା ହେବା ଓ ପ୍ରତିପକ୍ଷଙ୍କୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କୁ ଦେଶରେ ସମ୍ମାନସ୍ପଦ ପରିଚୟ ଦେଇଛି।

ଓଡ଼ିଶା ରାଜନୈତିକ କ୍ଷେତ୍ରରେ ବି ଅତ୍ୟନ୍ତ ଉଚ୍ଚକୋଟୀର ଶାଳୀନତା ରହିଆସିଛି। ଯାହାକୁ ସବୁ ଦଳର ରାଜନେତା ପାଳନ କରିଆସିଛନ୍ତି। ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆପଣ ଯେଉଁଭଳି ଶାଳୀନତା ଭୁଲି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି, ଏହା କାହାକୁ ଆଶ୍ଚର୍ଯ୍ୟ କରୁନାହିଁ। କାରଣ, ଯିଏ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ନିଜ ବାପାଙ୍କୁ ତାଲା ପକାଇ ଟିକେଟ ନିଅନ୍ତି, ତାଙ୍କଠାରୁ ଆଉ କ'ଣ ବା ଆଶା କରାଯାଇପାରେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ, ଏତିକି ପ୍ରାର୍ଥନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe