ବବିଙ୍କ ଭାଇ ଭବଙ୍କ ଅଡ଼ୁଆ ବଢ଼ିଲା, ହୋଇପାରନ୍ତି ଗିରଫ: ଭାଇ ବଳଭଦ୍ର ଦାସଙ୍କ ନାମରେ ବି ମାମଲା

Advertisment

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ଯାଜପୁର ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି।

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ଯାଜପୁର ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି।

କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ: ଘରେ ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା

ଯାଜପୁରସଦର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ଯାଜପୁର ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି। ଏହି ମାମଲାରେ ଗତକାଲି ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ୮ଜଣ ଗିରଫ ହୋଇଛନ୍ତି। ପୁଲିସ ନିଜ ଆଡୁ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଅନ୍ୟ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଛି। ରୁଜୁ ହୋଇଥିବା ସମସ୍ତ ମାମଲାରେ ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସ (ବବି)ଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଫଳରେ ଭବଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସେହିଭଳି ବବିଙ୍କ ଅନ୍ୟ ଜଣେ ଭାଇ ବଳଭଦ୍ର ଦାସ ଓ ଯାଜପୁର ପୌର ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ଏହାମଧ୍ୟରେ ଯାଜପୁରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଗତକାଲିଠାରୁ ଆଜି ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାକ୍ରମରୁ ବବିଙ୍କ ଭାଇ ଭବଙ୍କୁ ପୁଲିସ ଗିରଫ କରିବ ବୋଲି ଆଶଙ୍କା କରାଯାଉଛି। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ଥିବାରୁ ପୁଲିସ ଏବେଠାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଥିବା ଚର୍ଚ୍ଚା ହେଉଛି।

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ସାମନାକୁ ଆସି ଭବ ବିବାଦୀୟ ହୋଇପଡିଥିଲେ। ଏପରିକି ଆକ୍ରମଣ ପରେ ସେ ବିଧାୟକଙ୍କୁ ଫୋନ କରି କ୍ଷମା ପ୍ରାର୍ଥନା କରିଥିଲେ। ସେଦିନ ରାତିରେ ସେ ଥାନା ଘେରାଉକୁ ସମର୍ଥନ କରିବା ସହ ଗତ ଗୁରୁବାର ଦିନ ବିରଜା ହାଟକୁ ବ୍ୟବସାୟ ପାଇଁ ଆସିଥିବା ଚାଷୀ ଓ ବ୍ୟବସାୟୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଭବ ଓ ତାଙ୍କ ସମର୍ଥକମାନେ ଚାଷୀ ଏବଂ ବ୍ୟବସାୟୀଙ୍କ ବିକ୍ରୟ ସାମଗ୍ରୀ ପନିପରିବା, ଝୁଡ଼ି, ଓଜନ କଣ୍ଟାକୁ ଫିଙ୍ଗାଫୋପଡ଼ା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ବହୁସଂଖ୍ୟାରେ ଏକତ୍ରିତ ହୋଇଥିବାରୁ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିଲା। ଭବଙ୍କ ସହଯୋଗୀମାନେ ଯାଜପୁର-ବିଂଝାରପୁର ରାସ୍ତା ଅବରୋଧ କରି ନାରାବାଜି କରିଥିଲେ। ଏହି ଘଟଣାରେ ଚାଷୀ ମଦନମୋହନ ନାୟକ ଓ ଗୋବିନ୍ଦ ସାହୁ ଥାନାରେ ଦୁଇଟି ପୃଥକ ଅଭିଯୋଗ କରିଛନ୍ତି। ସେହିପରି ରାସ୍ତାରୋକ ଓ ଥାନା ଘେରାଉ ମାମଲାରେ ପୁଲିସ ପକ୍ଷରୁ ଏଏସ୍‌ଆଇ ପ୍ରମୋଦ କୁମାର ବେହେରା ଏବଂ ଏସ୍‌ଆଇ ତୃପ୍ତିମୟୀ ରାଉତ ଲିଖିତ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଭବଙ୍କ ସମେତ ଯାଜପୁର ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ଭବଙ୍କ ଭାଇ ବଳଭଦ୍ର ଦାସଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ସମସ୍ତ ମାମଲାରେ ଭବଙ୍କ ନାମ ଥିବାରୁ ତାଙ୍କର ଗିରଫଦାରୀ ଆଶଙ୍କା ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe