ବିଜେଡି ପ୍ରତିଷ୍ଠା ଦିବସରେ ବବିଙ୍କ ଗର୍ଜନ: ଦଳ ବଦଳକାରୀ ଦଲାଲଙ୍କ ପ୍ରତି ସତର୍କ ରୁହ

Advertisment

ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଆଜି ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିବାବେଳେ ଗୋଷ୍ଠୀ କନ୍ଦଳ ଓ ନେତୃତ୍ବ ସଙ୍କଟ ଯୋଗୁଁ ବଡ଼ଚଣା ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳିତ ହୋଇ ପାରିନାହିଁ।

ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଆଜି ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିବାବେଳେ ଗୋଷ୍ଠୀ କନ୍ଦଳ ଓ ନେତୃତ୍ବ ସଙ୍କଟ ଯୋଗୁଁ ବଡ଼ଚଣା ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳିତ ହୋଇ ପାରିନାହିଁ।

dgdgdgdg

ଯାଜପୁର/ବ୍ୟାସନଗର: ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଆଜି ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିବାବେଳେ ଗୋଷ୍ଠୀ କନ୍ଦଳ ଓ ନେତୃତ୍ବ ସଙ୍କଟ ଯୋଗୁଁ ବଡ଼ଚଣା ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳିତ ହୋଇ ପାରିନାହିଁ। ସେପଟେ ଯାଜପୁର ଓ କୋରେଇ ନିର୍ବାଚନମଣ୍ଡଳୀ ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସରେ ଯୋଗଦେଇ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏବେ ଚାଲିଥିବା ଦଳବଦଳ ପ୍ରକ୍ରିୟାକୁ ଆକ୍ଷେପ କରି କହିଛନ୍ତି, ପ୍ରକୃତ କର୍ମୀ କେବେ ଦଳ ବଦଳାଏ ନାହିଁ। ଦଳବଦଳକାରୀ ହେଉଛନ୍ତି ଦଲାଲ। ସେମାନଙ୍କ ପ୍ରତି ସତର୍କ ରହିବା ଜରୁରି। ସେ କିମ୍ବା ତାଙ୍କ ପରିବାର ଭୀରୁ ନୁହନ୍ତି। ଯେଉଁମାନେ ଭୀରୁ, ସେମାନେ ବାରମ୍ବାର ମରନ୍ତି। ଯାଜପୁରର ବିକାଶକୁ ବିଜେପି ସହି ପାରୁନି। ସେମାନେ ବିକାଶକୁ ବିରୋଧ କରୁଛନ୍ତି। ଯାଜପୁର ମେଡିକାଲ କଲେଜ ୧୦୦ ସିଟ୍‌ ହୋଇଥିଲା, ଏବେ ତାକୁ ୫୦ ସିଟ୍‌ କରିଦିଆଗଲା। ମା’ ମାଟି ପାଇଁ ସଂଘର୍ଷ କରି ମୃତ୍ୟୁ ହେଲେ ମୋର ଅନୁଶୋଚନା ନାହିଁ କହି ସେ କର୍ମୀଙ୍କୁ ଉତ୍ସାହିତ କରିଥିଲେ।  

ବଡ଼ଚଣାରେ କନ୍ଦଳ ତୀବ୍ର, ପାଳିତ ହୋଇପାରିଲା ନାହିଁ ପ୍ରତିଷ୍ଠା ଦିବସ

ତେବେ ଜିଲ୍ଲାର ମୋଟ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବଡ଼ଚଣାରେ ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇ ନ ପାରିବା ରାଜନୈତିକ ମହଲ‌ରେ ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ପୂର୍ବତନ ମନ୍ତ୍ରୀ ଅମରପ୍ରସାଦ ଶତପଥୀ ଦଳ ଛାଡ଼ିଥିବା ବେଳେ ଜନ୍ମେଜୟ ଲେଙ୍କା, କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ଓ ଗତ ନିର୍ବାଚନର ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଗୋ‌ଷ୍ଠୀ କନ୍ଦଳ ଯୋଗୁଁ ବଡ଼ଚଣା ବିଜେଡି ଅଲଗା ଅଲଗା ଗୋଷ୍ଠୀରେ ପରିଣତ ହୋଇଛି। ଦଳ ମଧ୍ୟରେ ବିବାଦର ସମାଧାନ ପାଇଁ ବବି ଆପ୍ରାଣ ଉଦ୍ୟମ କରିବା ସତ୍ତ୍ବେ ସଫଳ ହୋଇପାରିନଥିବା ଚର୍ଚ୍ଚା ହେଉଛି। ସେହିଭଳି ‌କୋରେଇ ନିର୍ବାଚନମଣ୍ଡଳୀ ବ୍ୟାସନଗରସ୍ଥିତ କାଳୀପଡ଼ିଆରେ ଆୟୋଜିତ ପ୍ରତିଷ୍ଠା ଉତ୍ସବ ସଭାରେ ବବି ଦଳବଦଳକାରୀ ଦଲାଲଙ୍କ ଉପରେ ଭରସା ନ କରିବାକୁ କହିଥିଲେ। ତେବେ ଏହି ସଭାରେ ପୂର୍ବତନ ବିଧାୟକ ଅଶୋକ କୁମାର ବଳ, ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଯୋଗ ଦେଇ ନଥିଲେ। ଅନ୍ୟପକ୍ଷରେ ବରୀ, ଧର୍ମଶାଳା, ସୁକିନ୍ଦା, ବିଂଝାରପୁର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe