ଘର ଭିତରୁ ୩ଜଣଙ୍କ ଶବ ଉଦ୍ଧାର ଘଟଣା: ପୁଅ ଛୁଇଁଲାନି ବାପାର ଶବ, ଗାତ ଖୋଳି ପୋତିଲା ପୁଲିସ

Advertisment

ଘର ଭିତରୁ ୩ ଜଣଙ୍କ ଝୁଲନ୍ତା ଶବ ଉଦ୍ଧାର ହେଲା। ବ୍ୟବଚ୍ଛେଦ ପରେ କିନ୍ତୁ ପୁଅ ଶବ ଛୁଇଁଲାନି। ମୃତକଙ୍କ ପତ୍ନୀ ବି ଶବ ନେବାକୁ ମନା କରିଦେଲେ। ଫଳରେ ପୁଲିସ ଗାତ ଖୋଳି ୩ ଜଣଙ୍କ ଶବ ପୋତି ଦେଇଛି।

ଘର ଭିତରୁ ୩ ଜଣଙ୍କ ଝୁଲନ୍ତା ଶବ ଉଦ୍ଧାର ହେଲା। ବ୍ୟବଚ୍ଛେଦ ପରେ କିନ୍ତୁ ପୁଅ ଶବ ଛୁଇଁଲାନି। ମୃତକଙ୍କ ପତ୍ନୀ ବି ଶବ ନେବାକୁ ମନା କରିଦେଲେ। ଫଳରେ ପୁଲିସ ଗାତ ଖୋଳି ୩ ଜଣଙ୍କ ଶବ ପୋତି ଦେଇଛି।

gdhgd645

ଢେଙ୍କାନାଳ: ଘର ଭିତରୁ ୩ ଜଣଙ୍କ ଝୁଲନ୍ତା ଶବ ଉଦ୍ଧାର ହେଲା। ବ୍ୟବଚ୍ଛେଦ ପରେ କିନ୍ତୁ ପୁଅ ଶବ ଛୁଇଁଲାନି। ମୃତକଙ୍କ ପତ୍ନୀ ବି ଶବ ନେବାକୁ ମନା କରିଦେଲେ। ଫଳରେ ପୁଲିସ ଗାତ ଖୋଳି ୩ ଜଣଙ୍କ ଶବ ପୋତି ଦେଇଛି। ସଦର ଥାନା ଖମାର ଗ୍ରାମରେ ଘଟିଥିବା ଏହି ଘଟଣା ପରେ ଆଜି ଏପରି ହୃଦୟବିଦାରକ ଚିତ୍ର ଦେଖିବାକୁ ମିଳିଛି। ଯାହା ସମଗ୍ର ଢେଙ୍କାନାଳରେ ଆଲୋଡ଼ନ ଖେଳାଇ ଦେଇଛି। 

ସୂଚନା ଅନୁସାରେ, ବାପା ଶଙ୍କର୍ଷଣ ଦାସ (୭୦),  ଝିଅ ସୁବର୍ଣ୍ଣା ଦାସ (୪୫) ଓ ନାତି ସନ୍ତୋଷ ଦାସ (୧୮)ଙ୍କର ଝୁଲନ୍ତା ମୃତଦେହକୁ ପୁଲିସ ଗତକାଲି ଉଦ୍ଧାର କରିଥିଲା। ଶଙ୍କର୍ଷଣ ଗୋଟିଏ କୋଠରୀରେ ବେକରେ ରସି ଲଗାଇ ଝୁଲି ପଡ଼ିଥିବା ବେଳେ ଅନ୍ୟ ଏକ କୋଠରୀରେ ସୁବର୍ଣ୍ଣା ଓ ତାଙ୍କ ପୁଅ ଏକାଠି ରସିରେ ଝୁଲୁଥିବା ଦେଖାଯାଇଥିଲା।  ଆଜି ୩ଟି ଯାକ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଥିଲା। ହେଲେ ବ୍ୟବଚ୍ଛେଦ ପରେ ପୁଅ ପ୍ରସନ୍ନ ବାପା, ଭଉଣୀ ଓ ଭଣଜାଙ୍କ ଶବ ନେବାକୁ ମନା କରିଥିଲେ। ଆର୍ଥିକ ଅନଟନ ଯୋଗୁଁ ଶଙ୍କର୍ଷଣଙ୍କ ପତ୍ନୀ ପୁଷ୍ପାଞ୍ଜଳି ମଧ୍ୟ ଶବ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଫଳରେ ପୁଲିସ ବାଧ୍ୟହୋଇ ୩ଟି ଯାକ ଶବକୁ ମହିଷାପାଟ ସ୍ଥିତ ବା. କୁସୁମାଠା‌‌ରେ ଗାତ ଖୋଳି  ପୋତି ଦେଇଛି। 

ଏ ସମ୍ପର୍କରେ ସଦର ଥାନା ଅତିରକ୍ତ ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ କୁହନ୍ତି ଯେ, ମାଆ-ପୁଅଙ୍କର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆମ୍ବୁଲାନ୍ସ ଭଡ଼ା ଆଦି ସମସ୍ତ ଖର୍ଚ୍ଚ ପୁଲିସ ପକ୍ଷରୁ ବହନ କରାଯାଇଥିଲା। ପୁଷ୍ପାଞ୍ଜଳିଙ୍କୁ ତାଙ୍କ ପୁଅ ପ୍ରସନ୍ନ ଗତକାଲିଠାରୁ ନିଜ ପାଖକୁ ନେଇଯାଇଛନ୍ତି ବୋଲି ସେ କହିଛନ୍ତି। ପରିବାର ସଦସ୍ୟ ଶବ ନେବାକୁ ଅନିଚ୍ଛା ପ୍ରକାଶ କରିବାକୁ ପୁଲିସ ପକ୍ଷରୁ ଶବକୁ ପୋତା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe