ବେଗୁନିଆ: ଖୋର୍ଦ୍ଧାଜିଲ୍ଲା ବେଗୁନିଆ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆଥାନା ସିକୋଫାଣ୍ଡି ଅନ୍ତର୍ଗତ ଗୌଡ଼ପାଟଣା ନିକଟବର୍ତୀ ଖୁଣ୍ଟବନ୍ଧ ମୌଜାର ମହୁଲାକୁଦିଆରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି।
ଏକ ମଇଗଛରେ ପ୍ରେମୀଯୁଗଳ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।
ବିଲ ହୁଡ଼ାରେ ଥିବା ମଇ ଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଥିବାର ସକାଳେ ଲୋକେ ଦେଖିଥିଲେ। ସେମାନେ ଝୁଳି ରହିଥିଲେ ମଧ୍ୟ ସେମାନଙ୍କ ଗୋଡ଼ ମାଟିରେ ଲାଗୁଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡର ଡବଲ ଏନକାଉଣ୍ଟର
ପ୍ରେମୀଯୁଗଳଙ୍କ ପରିଚୟ ଓ ଠିକଣା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ
Crime | Khordha
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/17/HgVIZo9CsnOjh6IiP2IU.jpg)