ଦୁର୍ଘଟଣାରେ ଜଣେ ମୃତ, ଶବ ଉଠାଇଲେ ୨ ପୁଲିସ ଅଧିକାରୀ

କରୋନା ଭୟରେ କେହି ଛୁଇଁଲେନି

ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

symbolic photo

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମର କଲେଜ ଛକଠାରେ ବୁଧବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣେ ଅପରିଚିତ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ହେଲେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ଲାଗି ରାସ୍ତାରେ ପଡ଼ିଥିବା ମୃତଦେହକୁ ଉଠାଇବାକୁ ସ୍ଥାନୀୟ ଅଞ୍ଚଳର କୌଣସି ଲୋକ ରାଜି ହୋଇ ନଥିଲେ। ଏପରିକି ଘଟଣାସ୍ଥଳକୁ ଯାଇଥିବା ପୁଲିସ କର୍ମଚାରୀମାନେ ମଧ୍ୟ ମୃତଦେହ ଉଠାଇବାକୁ ପଛଘୁଞ୍ଚା ଦେଇଥିଲେ।

ଏହା ଦେଖି ଘଟଣାର ତଦନ୍ତ ପାଇଁ ଯାଇଥିବା ଦେବଗଡ଼ ଥାନାର ୨ ପୁଲିସ ଅଧିକାରୀ ବୁଦ୍ଧରାୟ ମାଝୀ ଓ ପ୍ରତାପ ଦଳେଇ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ରାସ୍ତାରେ ପଡ଼ିଥିବା ମୃତଦେହକୁ ଉଠାଇ ଏକ ଅଟୋରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଗୁରୁବାର ମୃତଦେହର ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି। ଏଥି ସହିତ ୨ ଯୁବ ପୁଲିସ ଅଧିକାରୀଙ୍କ ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe