ରେଳଧାରଣାରୁ ଅଚିହ୍ନା ଶବ ଉଦ୍ଧାର

Advertisment
ରେଳଧାରଣାରୁ ଅଚିହ୍ନା ଶବ ଉଦ୍ଧାର

ନିରାକାରପୁର : ନିରାକାରପୁର ରେଳବାଇ ପୁଲିସ ଆଜି ଚିଲିକା ଓ ବାଲୁଗାଁ ମଧ୍ୟବର୍ତ୍ତୀ ରେଳଲାଇନ୍‌ କଡ଼ରୁ ଏକ ଅଚିହ୍ନା ଶବ ଉଦ୍ଧାର କରିଛି। ନୀଳ ରଙ୍ଗର ଚେକ୍‌ ସାର୍ଟ ପିନ୍ଧିଥିବା ଉକ୍ତ ମୃତକଙ୍କର ବୟସ ୫୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ରେଳଧାରଣାରେ ଏକ ଖଣ୍ଡବିଖଣ୍ଡିତ ଶବ ପଡ଼ିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇଛି। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ମୃତକଙ୍କ ପରିଚୟ ସମ୍ପର୍କରେ ମଧ୍ୟ ସାମାନ୍ୟ ସୁରାକ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe