shutterstock.com
ଅହିୟାସ : ମଙ୍ଗଳପୁର ଥାନା ଅନ୍ତର୍ଗତ ଦୁଦୁରାଅନ୍ତା ପଞ୍ଚାୟତ ଅର୍ଦ୍ଦାଉଳିଆ ଡେମ୍ଫରାବାଦ ସାହିର ନିରଞ୍ଜନ ମଲିକ (୬୨)ଙ୍କ ମୃତଦେହ ଆଜି ଅପରାହ୍ଣରେ ବୈତରଣୀ ନଦୀର ତିନି ମୁହାଣିରୁ ଉଦ୍ଧାର କରାଯାଇଛି। ନିରଞ୍ଜନ ଗତକାଲି ତାଙ୍କ ଝିଅଘର ଭଦ୍ରକ ଜିଲ୍ଲା ଧୁଷୁରୀ ଗ୍ରାମରୁ ସାଇକେଲରେ ଫେରୁଥିଲେ। ଦତ୍ତପୁର ପଞ୍ଚାୟତ ଦେୱାନପାଟଣା ଠାରେ ବୈତରଣୀ ନଦୀ ଉପରେ ଥିବା ବାଉଁଶ ଚାରରେ ଆସୁଥିବା ବେଳେ ନିରଞ୍ଜନ ନିଖୋଜ ହୋଇଯାଇଥିଲେ। ଆଜି ତିନି ମୁହାଣି ଠାରେ ତାଙ୍କ ମୃତଦେହ ଓ ସାଇକେଲକୁ ଉଦ୍ଧାର କରାଯାଇଥିଲା।
ନିରଞ୍ଜନ ଫେରୁଥିବା ବେଳେ ଗତକାଲି ଅପରାହ୍ଣରେ କାଳବୈଶାଖୀ ଝଡ଼ ହୋଇଥିଲା। ସମ୍ଭବତଃ ଏହି ସମୟରେ ବାଉଁଶ ଚାର ଉପରେ ନଦୀ ପାର ହେଉଥିବା ନିରଞ୍ଜନ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଆଜି ମଙ୍ଗଳପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
Follow Us