ରାସ୍ତାକଡ଼ରେ ଯମଜ ନବଜାତ ଶିଶୁଙ୍କ ଶବ

Advertisment
ରାସ୍ତାକଡ଼ରେ ଯମଜ ନବଜାତ ଶିଶୁଙ୍କ ଶବ

aajtak.intoday.in

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କଣ୍ଟେଇପଲ୍ଲୀ ଛକ ଠାରୁ ୩୦୦ ମିଟର ଦୂର ଜଙ୍ଗଲିଆ ଇଲାକା ରାସ୍ତାକଡ଼ରୁ ଆଜି ନବଜାତ ଯାଆଁଳା ଶିଶୁଙ୍କ ଶବ ଉଦ୍ଧାର ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ। ସୋରଡ଼ାକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ନବଜାତ ଶିଶୁଙ୍କ ଶବ ଏକ ଲୁଙ୍ଗିରେ ଗୁଡ଼ାଇ ଫିଙ୍ଗି ଦିଆ ଯାଇଥିଲା। ଏହାସହ ଏକ କୁକୁର ଭୁକୁଥିବା ଦେଖିବାକୁ ମିଲିଥିଲା।

ସ୍ଥାନୀୟ ଲୋକେ ସଂଗେ ସଂଗେ କଣ୍ଟେଇପଲ୍ଲୀ ପୁଲିସ୍ ବିଟ୍ ହାଉସ୍‌କୁ ଖବର ଦେଇଥିଲେ। ଗାଙ୍ଗପୁର ପୁଲିସ ପହଞ୍ଚି ଶବ ଉଦ୍ଧାର କରିଥିଲା। ଉଭୟ କିଛି ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ତେବେ ଦୁଇ ଶିଶୁ କାହାର ଓ ସେମାନଙ୍କ ଶବ ଏଠାକୁ କିଭଳି ପରିସ୍ଥିତିରେ ଅଣାଗଲା ଏନେଇ କିଛି ସ୍ପଷ୍ଟ ହୋଇନି। କୌଣସି ବାହାର ବ୍ୟକ୍ତି ଶବକୁ ଆଣି ଜଙ୍ଗଲ ନିକଟରେ ଫୋପାଡ଼ି ଦେଇ ପଳାଇଥିବା ସନ୍ଦେହ କରାଯାଉଛି। ଭଞ୍ଜନଗର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe