ଦାଦନ ଖଟିବାକୁ ଯାଇ ଫେରିଲା ଯୁବକଙ୍କ ମୃତଦେହ

ଦାଦନ ରୋକିବାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ବିଫଳ ହୋଇଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମାଣିକେରା ଗ୍ରାମ ପଞ୍ଚାୟତ ଟାପରେଙ୍ଗ ଗ୍ରାମର ଜମଧର ନାଗଙ୍କ ପୁଅ ଥମାସ ନାଗ (୨୪) ପରିବାରର ଜଣେ ମାତ୍ର ରୋଜଗାରିଆ ପୁଅ....

body of a young man who went to work in Dadan returned dead

body of a young man who went to work in Dadan returned dead Photograph: (sambad.in)

ମ.ରାମପୁର: ଦାଦନ ରୋକିବାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ବିଫଳ  ହୋଇଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମାଣିକେରା ଗ୍ରାମ ପଞ୍ଚାୟତ ଟାପରେଙ୍ଗ ଗ୍ରାମର ଜମଧର ନାଗଙ୍କ ପୁଅ ଥମାସ ନାଗ (୨୪) ପରିବାରର ଜଣେ ମାତ୍ର ରୋଜଗାରିଆ  ପୁଅ। ଆର୍ଥକ ଅନଟନରେ ତାଙ୍କର ପରିବାର ଚଳୁଥିଲେ। ମା’ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ  ବହୁତ ଟଙ୍କା ଦରକାର ହେଲା। ଗାଁରେ କୌଣସି କାମଧନ୍ଧା ନପାଇ ପାଇବାରୁ ବାହାର ରାଜ୍ୟ ତାମିଲନାଡୁକୁ ଦାଦନ ଖଟିବାକୁ ଯିବାପାଇଁ ସେ ବାଧ୍ୟ ହେଲେ ।  

ସେଠାରେ ତାଙ୍କ ଦେହ କୌଣସି କାରଣରୁ ଅସୁସ୍ଥ ହୋଇଥିଲା ଏବଂ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ତେବେ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ  ସ୍ପଷ୍ଟ ଜଣା ପଡ଼ିନାହିଁ । ଅନ୍ୟପଟେ ତାମିଲନାଡୁରୁ ତାଙ୍କ ମୃତଦେହ ଗତ କାଲି ଗାଆଁକୁ ଫେରିଛି। ଅ

ଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାମିଲନାଡୁରୁ ଆମ୍ବୁଲାନ୍ସ ଯୋଗେ ମୃତଦେହ ଅଣାଯାଉଛି। ଯୁବକ ଥମାସଙ୍କ ଏମିତି ଅକାଳ ବିୟୋଗରେ ସାଙ୍ଗସାଥି ବନ୍ଧୁ ପରିଜନ ସହ  ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଦାଦନ ସମସ୍ୟା ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କାଗଜକଲମରେ ରହିଯାଇଛି । ଅଞ୍ଚଳର ବହୁତ୍ ଶିକ୍ଷିତ ଯୁବକ ଯୁବତୀ କିଛି କାମଧନ୍ଦା ନପାଇ ବାଧ୍ୟ ହୋଇ ନିଜର ପରିବାର ପୋଷଣ ପାଇଁ ରୋଜଗାର ଆଶାରେ ବିଭିନ୍ନ ରାଜ୍ୟ କୁ ଯାଇ କାମ କରିବା ସହ ନିଜ ଗୁଜୁରାଣ ପରିବାର ମେଣ୍ଟାଇ ଥାଆନ୍ତି।

ନାମକୁ ମାତ୍ର ସରକାରଙ୍କ ମନରେଗା ଯୋଜନା । ସବୁ ଜାଣିଶୁଣି ମୁକବଧିର ସାଜିଛି ପ୍ରଶାସନ ସେଥିପାଇଁ ଲୋକେ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ଅସହ୍ୟ ଦାଦନ ଦୁଃଖ କିଏ ବୁଝିବ। ମାଲିକମାନଙ୍କ ନିର୍ଯାତନାର ଶିକାର ହୋଇ ଜୀବନ ହରେଇଛନ୍ତି ଶହ ଶହ ଓଡ଼ିଆ ଶ୍ରମିକ । ଏବେ ପୁଣି ଜଣେ ଦାଦନ ଖଟିବାକୁ ଯାଇ ନିଜର ଜୀବନ ହାରିଲେ। 

ରୋଜଗାରକ୍ଷମ ପୁଅକୁ ହରାଇ ପରିବାର ଏବେ ଚିନ୍ତାରେ  ଭାଙ୍ଗି ପଡ଼ିଛନ୍ତି। କେଉଁଠୁ ଆସିବ ବୃଦ୍ଧ ମା ବାପା ଙ୍କ ଚିକିତ୍ସା ଟଙ୍କା ପଇସା ଏଥିପ୍ରତି ଜିଲ୍ଲା ପ୍ରଶାସନ ଆର୍ଥିକ ସାହାଯ୍ୟ କରିବା ପାଇଁ ଅଞ୍ଚବାସୀ ବୁଦ୍ଧିଜୀବୀ ଦାବି କରୁଛନ୍ତି।

Kalahandi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe