୨ କିମି ବୋହିଲେ ମୃତ ଗର୍ଭବତୀଙ୍କ ଶବ: ଗାଁ’କୁ ଆସିପାରିଲାନି ଆମ୍ବୁଲାନ୍‌ସ

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡମ୍ବଗୁଡ଼ା ପଞ୍ଚାୟତ ନିଲଡ଼ିକିଲିଆ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଗ୍ରାମବାସୀ ପ୍ରତିଦିନ ସମସ୍ୟା ଭୋଗୁଛନ୍ତି। ଏପରିକି ଗ୍ରାମକୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍‌ସଟିଏ ମଧ୍ୟ ଆସିପାରୁନାହିଁ।

fhgfhgfgh132

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡମ୍ବଗୁଡ଼ା ପଞ୍ଚାୟତ ନିଲଡ଼ିକିଲିଆ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଗ୍ରାମବାସୀ ପ୍ରତିଦିନ ସମସ୍ୟା ଭୋଗୁଛନ୍ତି। ଏପରିକି ଗ୍ରାମକୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍‌ସଟିଏ ମଧ୍ୟ ଆସିପାରୁନାହିଁ।  ଗତକାଲି ଗ୍ରାମକୁ ଆମ୍ବୁଲାନ୍‌ସ ଆସି ପାରି ନଥିବାରୁ ଗ୍ରାମବାସୀ ଜଣେ ଗର୍ଭବତୀଙ୍କ ଶବକୁ ୨ କିଲୋମିଟର କାନ୍ଧରେ ବୋହିଥିଲେ।  ବଳରାମ ମଳିକଙ୍କ ପତ୍ନୀ ମମିତା ମଳିକ ୬ ମାସର ଗର୍ଭବତୀ ଥିବା ବେଳେ ସେ ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ।

କ‌ଷ୍ଟେମଷ୍ଟେ ତାଙ୍କୁ ପ୍ରଥମେ ଅଡ଼ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା ପରେ ମୋହନା ‌ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ସେଠାରୁ  ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଆଣିବାକୁ ପ୍ରସ୍ତୁତି ଚାଲିଥିବା ବେ‌ଳେ ମମିତା ଆଖି ବୁଜିଦେଇଥିଲେ। ତାଙ୍କ ଶବକୁ ଆମ୍ବୁଲାନ୍‌ସ ଯୋଗେ ଗ୍ରାମକୁ ଅଣାଯାଇଥିଲା। କିନ୍ତୁ ଭଲ ରାସ୍ତା ନଥିବା ଗାଁଠୁ ୨ କିଲୋମିଟର ଦୂରରେ ଆମ୍ବୁଲାନ୍‌ସ ଅଟକିଯାଇଥିଲା। ଗ୍ରାମବାସୀ ପାହାଡ଼ ଓ ଜଙ୍ଗଲ ରାସ୍ତା ହୋଇ ଶବକୁ କାନ୍ଧେଇ ଗ୍ରାମକୁ ଆଣିଥିଲେ। ପରେ ଅନ୍ତିମ ସତ୍କାର କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe