ଡ୍ରେନ୍‌ରୁ ଏମ୍‌ସିଏଲ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଇବ୍‌ଥର୍ମାଲ: ବନ୍ଧବାହଲ ଫାଣ୍ଡି ଅର୍ନ୍ତଗତ ନୂଆ ଛର୍ଲା କଲୋନିରେ ଏମ୍‌ସିଏଲ କର୍ମଚାରୀଙ୍କ ମୃତଦେହ ତାଙ୍କ ଘର ନିକଟ ଡ୍ରେନରୁ ପୁଲିସ ଉଦ୍ଧାର କରି ଶୁକ୍ରବାର ଶବ ପଞ୍ଚନାମା ପରେ ତାଙ୍କର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

ସୂଚନାମତେ ଚୂଳମଣୀ କୁମରା(୩୬) ଡ୍ରେନ ଭିତରେ ଗୁରବାର ରାତିରେ ପଡି ଯାଇଥିଲେ। ଦୀର୍ଘ ସମୟ ଧରି ସେ ଅଚେତ ଅବସ୍ଥାରେ ଘର ସମ୍ମୁଖ ଡ୍ରେନରେ ମୁହଁମାଡି ପଡି ରହିଥିଲେ। ତାଙ୍କର ପତ୍ନୀ ସନ୍ତାନମାନଙ୍କ ସହ ହିରମା ଶ୍ଵଶୁର ଘରକୁ ଯାଇଥିଲେ। ରାତିରେ ତାଙ୍କର ବାଇକ ଡ୍ରେନ କଡ଼ରେ ଛିଡ଼ା ହୋଇଥିବା ଓ ସେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ୍ଧବାହାଲ ପାଣ୍ଡି ପୁଲିସକୁ ଖବର ଦେଇଥିଲେ। ବନ୍ଧବାହାଲ ଫାଣ୍ଡି ଅଧିକାରୀ ରବିଶଙ୍କର ଭଏଁଷା ଘଟଣାସ୍ଥଳକୁ ପହଞ୍ଚି ଶ୍ରୀ କୁମରାଙ୍କୁ ଡ୍ରେନରୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିଲା। ଏ ସଂପର୍କରେ ଫାଣ୍ଡି ଅଧିକାରୀ ଶ୍ରୀ ଭଏଁଷା କହିବା ଅନୁସାରେ, ଶ୍ରୀ କୁମରା ଅନେକ ସମୟ ଧରି ଡ୍ରେନରେ ମୁହଁମାଡି ହୋଇ ପଡ଼ିଥିବା ଯୋଗୁଁ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ବନହରପାଲି ଥାନାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe