Pratidin Time
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନା ମିଣିଆ ପଞ୍ଚାୟତ କରଣ୍ଡାମାଳ ଗାଁର ନିଖୋଜ କୃଷ୍ଣଚନ୍ଦ୍ର ମଲ୍ଲିକ(୪୫)ଙ୍କର ମୃତ ଦେହ ଆଜି ତୁଡିପାଜୁ ପାଖ ସାଲୁଙ୍କି ନଦୀରୁ ଉଦ୍ଧାର ହୋଇଛି। କୃଷ୍ଣଚନ୍ଦ୍ର ଗତ ଗୁରୁବାର ଦିନ ଘରୁ ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ପରିବାର ଲୋକ ଏ ନେଇ ସଦର ଥାନାରେ ଜଣାଇଥିଲେ। ଆଜି ମୃତ ଦେହ ମିଳିଥିବା ବେଳେ ଗାଧୋଇବା ସମୟରେ ଗଭୀର ଜଳକୁ ଗୋଡ ଖସି ଯାଇ ଭାସି ଯାଇଥିବା ଅନୁମାନ କରାଯାଉଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Follow Us