ପାୱାର ଚାନେଲରେ ପଡି ନାବାଳକ ନିଖୋଜ ଘଟଣା: ୭୨ ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର

Advertisment
ପାୱାର ଚାନେଲରେ ପଡି ନାବାଳକ ନିଖୋଜ ଘଟଣା: ୭୨ ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର

ବୁର୍ଲା : ବୁର୍ଲା ପାୱାର ଚାନେଲରେ ଭାସିଯାଇ ନିଖୋଜ ଥିବା ନାବାଳକଙ୍କ ମୃତଦେହ ୭୨ ଘଣ୍ଟା ପରେ ବୁଧବାର ଉଦ୍ଧାର ହୋଇଛି। ବୁର୍ଲା ଅଗ୍ନିଶମ ବିଭାଗ ପାୱାର ଚାନେଲର ଅଠର ହଜାର ନିକଟରୁ ବୁଧବାର ନାବାଳକଙ୍କୁ ଉଦ୍ଧାର କରିଥିଲା। ଲଗାତାର ତିନିଦିନ ଧରି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି କରିଥିଲେ, ମାତ୍ର ମୃତଦେହ ମିଳି ନଥିଲା। ଆଜି ନିଖୋଜ ବାବାଳକଙ୍କ ମୃତଦେହ ଅଠର ହଜାର ଅଂଚଳରେ ଭାସୁଥିବା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଥିଲେ। ଏହାପରେ ବୁର୍ଲା ପୁଲିସ ମୃତଦେହ ଜବଦ କରି ଶବଗୃହରେ ରଖିଥିବା ଜଣାପଡିଛି। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଥାଉ କି, ବୁର୍ଲା ୱାନ୍‌ଆର୍ କଲୋନିର ରାଜେଶ ପଂଚବିହାରଙ୍କ ଏକମାତ୍ର ଶିଶୁପୁତ୍ର ରୋନକ୍ ତାଙ୍କ ମାଆଙ୍କ ସହିତ ଗତ ୯ ତାରିଖ ଦିନ  ପାୱାର ଚାନେଲର ୱାନ୍‌ଆର୍‌ କଲୋନି ସ୍ଥିତ ଶିବ ମନ୍ଦିର ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ କୌଣସି କାରଣରୁ ରୋନକ କେନାଲରେ ଭାସି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe