ରେଳ ଧାରଣାରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଳାସପଙ୍ଗା ଫାଣ୍ଡି ଅଧୀନ ନୟାଗଡ଼-ପର୍ଜନପୁର ରେଳ ଧାରଣା କଡ଼ରୁ ଜଣେ ୫୦ ବର୍ଷୀୟା ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କୌଣସି ଅଜଣା ଚଳନ୍ତା ରେଳଗାଡ଼ି ସହ ଆକସ୍ମିକ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି...

Body of unidentified woman recovered from train tracks

Body of unidentified woman recovered from train tracks Photograph: (sambad.in)

ପଦ୍ମପୁର:କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଳାସପଙ୍ଗା ଫାଣ୍ଡି ଅଧୀନ ନୟାଗଡ଼-ପର୍ଜନପୁର ରେଳ ଧାରଣା କଡ଼ରୁ ଜଣେ ୫୦ ବର୍ଷୀୟା ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

କୌଣସି ଅଜଣା ଚଳନ୍ତା ରେଳଗାଡ଼ି ସହ ଆକସ୍ମିକ ଧକ୍କା ଯୋଗୁ ମହିଳା ଜଣଙ୍କ ମୃତ୍ୟୁବରଣ କରିଥିବା ଜଣାପଡିଛି। ତାଙ୍କର ପରିଚୟ ମିଳିପାରିନାହିଁ।

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷିତ ଗୃହରେ ରଖାଯାଇଛି।

ଭଦ୍ରକ ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ୬୦/୨୫ ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Keonjhar | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe