ସୁନ୍ଦରଗଡ଼: ବୁଧବାର ସକାଳୁ ସଦରଥାନା ବାଉରିମୁଣ୍ଡା ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ତାଙ୍କ ଗୋଡ଼କୁ ମୋଟା ଦଉଡ଼ିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି।  ମୃତକ ହେଲେ ସେହି ଗାଁର  ମହାତୋ ଓରାମ।  ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇ ଦେଇଥିବା ପୁଲିସ ସନ୍ଦେହ କରିଛି।

Advertisment

ସେ  ୨ ଦିନ ତଳୁ ନିଖୋଜ ଥିଲେ। ବୁଧବାର ସକାଳୁ ପୋଖରୀକୁ ଶୌଚ ପାଇଁ ଯାଇଥିବା ଲୋକେ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ।

ଅଧିକ ପଢ଼ନ୍ତୁ: ଭସ୍ମା ଓଭର ବ୍ରିଜ୍‌ରେ ଏକାଧିକ ଧକ୍କା: ୩ କାର୍ ଧକ୍କାରେ ଜଣେ ଆହତ

ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ସଦରଥାନା ଅଧିକାରୀ ସସ୍ମିତା ଦେବତା ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ହତ୍ୟାର କାରଣ ଓ ହତ୍ୟାକାରୀ କିଏ ତାହା ଜଣାପଡ଼ିନାହିଁ। 

ଅଧିକ ପଢ଼ନ୍ତୁ: ବେଆଇନ ବାଲି ଉଠାଣକୁ ବିରୋଧ କଲେ ଗ୍ରାମବାସୀ

 sundargarh