ଭୁବନେଶ୍ବରରେ ପହଞ୍ଚିଲା ମୃତଦେହ: ବଳଙ୍ଗା ପୀଡ଼ିତାଙ୍କ ଶେଷଯାତ୍ରା

Advertisment

ଦୁଇ ସପ୍ତାହ ଧରି ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ  ମରଶରୀର ଆଜି ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ସମସ୍ତ ପ୍ରକ୍ରିୟା ଶେଷ ପରେ ରାତି ୯ଟାରେ ଇଣ୍ଡିଗୋ ବିମାନରେ ମୃତଦେହ ଦିଲ୍ଲୀ ବିମାନ ବନ୍ଦର ଛାଡ଼ିଥିଲା।

ଦୁଇ ସପ୍ତାହ ଧରି ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ  ମରଶରୀର ଆଜି ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ସମସ୍ତ ପ୍ରକ୍ରିୟା ଶେଷ ପରେ ରାତି ୯ଟାରେ ଇଣ୍ଡିଗୋ ବିମାନରେ ମୃତଦେହ ଦିଲ୍ଲୀ ବିମାନ ବନ୍ଦର ଛାଡ଼ିଥିଲା।

fsfshhfxvbbv

ପୁରୀ/ବାମନାଳ: ଦୁଇ ସପ୍ତାହ ଧରି ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ  ମରଶରୀର ଆଜି ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ସମସ୍ତ ପ୍ରକ୍ରିୟା ଶେଷ ପରେ ରାତି ୯ଟାରେ ଇଣ୍ଡିଗୋ ବିମାନରେ ମୃତଦେହ ଦିଲ୍ଲୀ ବିମାନ ବନ୍ଦର ଛାଡ଼ିଥିଲା। ମୃତ ଦେହ ପହଞ୍ଚିବା ପରେ ଶେ‌ଷ ସତ୍କାର ପାଇଁ ତାଙ୍କ ଗ୍ରାମକୁ ନିଆଯାଇଛି। 

ଗାଁରେ ମରଶରୀର ପହଞ୍ଚିବା ପରେ ଛାଇଯାଇଥିଲା ଅସମ୍ଭବ ନିରବତା। ଶୋକରେ ଡୁବିଥିଲେ ପ୍ରିୟ ପରିଜନ। ସବୁଠାରୁ ଦୁଃଖଦାୟକ ଥିଲା ପୀଡ଼ିତାଙ୍କର କବର ଖୋଳା। ପରିଣତ ବୟସରେ ମୃତ୍ୟୁ ପରେ ପର ପିଢ଼ିଙ୍କ ହାତରେ କବର ଖୋଳାକୁ ସହଜରେ ଗ୍ରହଣ କରିହୁଏ। ହେଲେ ଆଜି ପୀଡ଼ିତାଙ୍କ ପରିଜନ (ବଡ଼ବାପା) ମୀର ଲିଆକତ ଅଲ୍ଲୀ କବର ଖୋଳୁଥିବାର ଦୃଶ୍ୟ ସମସ୍ତଙ୍କ ଆଖି ଓଦା କରିଥିଲା। ଯେଉଁ ହାତ ନାବାଳିକାକୁ କୋଳେଇ କାଖେଇ ମଣିଷ କରିବା କଥା, ସେହି ହାତ ଆଜି କବର ଖୋଳିବା ବ‌େ‌ଳେ ଥରୁଥିଲା ଯେମିତି। ଲୁହ ଜକେଇ ଆସୁଥିଲା, ବାଷ୍ପରୁଦ୍ଧ ହୋଇଯାଉଥିଲା କଣ୍ଠ। କବର ଯେତିକି ଯେତିକି ଖୋଳା ହେଉଥିଲା ପରିବେଶ ସେତିକି ଭାବପ୍ରବଣ ହୋଇ ପଡ଼ୁଥିଲା। ୭ ଫୁଟ ଲମ୍ବା, ୩ ଫୁଟ ଓସାରର କବର ଖୋଳିବା ପାଇଁ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଲାଗି ଯାଇଥିଲା ତାଙ୍କୁ। ପରିଜନଙ୍କ ସମେତ ପଡ଼ୋଶୀ ଓ ଆଖପାଖର ଲୋ‌କେ ଗଦା ହୋଇଥିଲେ। କାହା ପାଟିରୁ ପଦେ ହେଲେ କଥା ବାହାରୁ ନଥିଲା। ସମସ୍ତେ ପୀଡ଼ିତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିଲେ। 

ଗତରାତିଠାରୁ ପୀଡ଼ିତାଙ୍କ ଘରେ ତାଲା ପଡ଼ିଥିବାବେଳେ ପରିବାରବର୍ଗଙ୍କୁ ପୁଲିସ କେଉଁ ଏକ ଅଜଣା ସ୍ଥାନରେ ରଖିଥିଲା। ଥାନା ଇନ୍‌ସପେକ୍ଟର ବି ଘଣ୍ଟା ଘଣ୍ଟା ଧରି ଥାନାରୁ ଗାଏବ ଥିଲେ। ମଧ୍ୟାହ୍ନ ଭୋଜନ ସମୟରେ ଥାନାରେ ପହଞ୍ଚି କିଛି ସମୟ ପରେ ପୁଣି ଉଭାନ୍‌ ହୋଇ ଯାଇଥିଲେ। ଅନ୍ୟ ଯେଉଁ ସମ୍ପର୍କୀୟ ଥିଲେ ସେମାନେ ବି କେହି ଗଣମାଧ୍ୟମ ସାମନାକୁ ଆସି ନଥିଲେ। ସେପଟେ ତିନିଜଣ ଯୁବକ ବାଇକ୍‌ରେ ଆସି ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଥିବା ପ୍ରସଙ୍ଗ ଉଠାଇଥିବା ଦୁଃଖୀଶ୍ୟାମଙ୍କୁ ମଧ୍ୟ ଦେଖିବାକୁ ମିଳି ନଥିଲା। ଗତ ରାତିରେ ପ୍ରାୟ ଅଧଘଣ୍ଟାଏ ଧରି ଡିଏସ୍‌ପିଙ୍କ ଜେରାର ଶିକାର ହୋଇଥିବା ଦୁଃଖୀଶ୍ୟାମ ହୁଏତ ପୁଲିସ ଚାପରେ ଗଣମାଧ୍ୟମକୁ ସାମନା କରୁ ନ ଥିବା ଚର୍ଚ୍ଚା ଜୋର ଧରିଛି। ପୁଲିସ ତାଙ୍କୁ କଣ ପଚାରିଲା, ସେ କାହିଁକି ନିରବ ହୋଇଗଲେ, ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲେ ମଧ୍ୟ ଉତ୍ତର ଦେବାକୁ କେହି ନଥିଲେ। ପୂର୍ବରୁ ପୁଲିସ ଏହି ଅଘଟଣ ପଛରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିବା ସହ ପୀଡ଼ିତାଙ୍କ ବାପା ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ଝିଅ ମୃତ୍ୟୁରେ କେହି ରାଜନୀତି ନ କରିବାକୁ ନିବେଦନ କରିଥିଲେ। ସୁତରାଂ, ପୀଡ଼ିତାଙ୍କ ମୃତ୍ୟୁ ପରେ ପରେ ଡିଏସ୍‌ପି କରିଥିବା ଅଧଘଣ୍ଟିଆ ଜେରାରେ ଦୁଃଖୀଶ୍ୟାମଙ୍କଠାରୁ କଣ ଜାଣିବାକୁ ଚାହିଲେ ତାହା ରହସ୍ୟାବୃତ ହୋଇ ରହିଛି। 

ଅନ୍ତିମ ସଂସ୍କାର ପରେ ଘଟଣା ପଛର କାରଣ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପ୍ରସ୍ତୁତ ହେଉଛି। କିନ୍ତୁ ତା’ ପୂର୍ବରୁ ଏହି ଘଟଣା ଓ ଏହା ପଛରେ ଥିବା ଚରିତ୍ରମାନଙ୍କୁ ନେଇ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ କମ୍‌ ବୟସରେ ପୀଡ଼ିତାଙ୍କର କାହିଁକି ମାନସିକ ଦୁଶ୍ଚିନ୍ତା ଥିଲା? ଯଦି ପୀଡ଼ିତା ନିଜ ଜୀବନକୁ ହାରିଛନ୍ତି ତେବେ ତିନିଜଣିଆ ବାଇକ୍‌ ଗ୍ୟାଙ୍ଗ୍‌ କାହାଣୀ କିଏ ରଚନା କଲା? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି। ଗାଁ ଚଉତରାରୁ ଆରମ୍ଭ କରି ହାଟ ପର୍ଯ୍ୟନ୍ତ ଏଭଳି ଚର୍ଚ୍ଚା ଜାରି ରହିଥିଲେ ମଧ୍ୟ ସମସ୍ତେ ନିରବ ରହିବାକୁ ଶ୍ରେୟ ମଣିଛନ୍ତି।

ପୁରୀ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀଙ୍କ ତିନିଟି ପ୍ରଶ୍ନ
ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ଆଜି ପୁରୀ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ନିରୁପମା ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ତିନିଟି ପ୍ରଶ୍ନ ପଚାରିଛନ୍ତି। ଝିଅଟି ଦୁଇ ଦିନ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିଲା। କିନ୍ତୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ନିର୍ବାଚନମଣ୍ଡଳୀର ପୀଡ଼ିତାଙ୍କୁ ଦେଖିବା ପାଇଁ ଯାଇ ନଥିଲେ। କିନ୍ତୁ ଦିଲ୍ଲୀ ଏମ୍‌ସକୁ ଦେଖା କରିବାକୁ ଗଲେ। ଏହାର କଣ କାରଣ? ପୀଡ଼ିତାଙ୍କ ପ୍ରତି କାହିଁକି ଏଭଳି ବ୍ୟବହାର କଲେ ଉପମୁଖ୍ୟମନ୍ତ୍ରୀ? ପୀଡିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୁଲିସ ଟ୍ବିଟ୍‌ କରି ଜଣାଇଲା ଯେ, ପୀଡ଼ିତା ନିଆଁ ଲଗାଇବା ଘଟଣାରେ କେହି ସମ୍ପୃକ୍ତ ନାହାନ୍ତି। କିନ୍ତୁ ପୀଡ଼ିତାଙ୍କ ମୃତ୍ୟୁ ପରେ କାହିଁକି ଜଣାଇଲା? ମୃତ୍ୟୁ ପୂର୍ବରୁ କାହିଁକି ନୁହେଁ? ଓଡ଼ିଶା ପୁଲିସ ସରକାରଙ୍କ ଏକ ବିଭାଗ। ଏଥିରେ ବେତନ ଭୋଗୀ କର୍ମଚାରୀ ରହିଛନ୍ତି। ଏମାନଙ୍କୁ କିଏ କ୍ଷମତା ଦେଲା ପୀଡ଼ିତା ମୃତ୍ୟୁ ପରେ ଟ୍ବିଟ୍‌ କରି ଜଣାଇବାକୁ? ପୀଡ଼ିତାଙ୍କ ବାପା ସୋସିଆଲ ମିଡିଆରେ କହିଲେ ମୋ ଝିଅ ମାନସିକ ଦୁଶ୍ଚିନ୍ତାରେ ଥିଲା। ସରକାର ଆମକୁ ବହୁତ ସାହାଯ୍ୟ କରିଛନ୍ତି। ତେଣୁ ମୋ ଝିଅ ମୃତ୍ୟୁରେ କେହି ଏ କଥାକୁ ନେଇ ରାଜନୀତି କରନ୍ତୁ ନାହିଁ। କିନ୍ତୁ ଆଜିକୁ ଘଟଣା ଘଟିବାର ୧୪ ଦିନ ପୂରିଲା। ଝିଅ ବଞ୍ଚିଥିବା ବେଳେ କଣ ପାଇଁ ତାଙ୍କ ବାପା ଏକଥା କହିନଥିଲେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe