ଗଁାରେ ପହଞ୍ଚିଲା ମୃତଦେହ: ବଳଙ୍ଗା ପୀଡ଼ିତାଙ୍କ ଶେଷଯାତ୍ରା

Advertisment

ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ (୨୨୦୨)ରେ ପୀଡ଼ିତାଙ୍କ ପାର୍ଥିବ ଶରୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ....

ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ (୨୨୦୨)ରେ ପୀଡ଼ିତାଙ୍କ ପାର୍ଥିବ ଶରୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ....

sfsfsxcxc

ଭୁବନେଶ୍ବର/ପୁରୀ/ବାମନାଳ: ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ (୨୨୦୨)ରେ ପୀଡ଼ିତାଙ୍କ ପାର୍ଥିବ ଶରୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଳଙ୍ଗା ଥାନା ଅନ୍ତର୍ଗତ ପୈତୃକ ଗ୍ରାମ ବାୟାବରର ନୂଆ ଗୋପାଳପୁର ନିଆଯାଇଛି। ଆସନ୍ତାକାଲି ସକାଳେ ମୁସଲିମ୍‌ ପ୍ରଥା ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ରବିବାର ସକାଳେ ନୂଆଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମରଶରୀର ଭୁବନେଶ୍ବର ଆଣିବା ଲାଗି ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବାବେଳେ ରାତି ପ୍ରାୟ ୯ଟା ସମୟରେ ମୃତଦେହ ଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଭୁବନେଶ୍ବର ବିମାନବନ୍ଦର ବାହାରେ ଗୋଟିଏ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା। ନିଜେ ଡିସିପି ଜଗମୋହନ ମୀନା ଓ ବରିଷ୍ଠ ପୁଲିସ ଅଧିକାରୀ ବିମାନବନ୍ଦରରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ବିମାନବନ୍ଦରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ପୀଡ଼ିତ‌ାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସମୀର ଦାଶ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ଉମା ସାମନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ପୀଡ଼ିତାଙ୍କ ଶେଷଦର୍ଶନ କରିଥିଲେ। କଲ୍‌ମା ପାଠ ପରେ ମୃତଦେହକୁ ମହାପ୍ରୟାଣ ଗାଡ଼ି ଯୋଗେ ବଳଙ୍ଗା ନିଆଯାଇଥିଲା। 

ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନେତା, ଆଜି ଶେଷକୃତ୍ୟ 
କଡ଼ା ସୁରକ୍ଷା, ୨ ପ୍ଲାଟୁନ୍ ଫୋର୍ସ ମୁତୟନ

ରାତି ପ୍ରାୟ ସାଢ଼େ ୧୨ଟାରେ ପୀଡ଼ିତାଙ୍କ ମୃତଦେହ ନୂଆ ଗୋପାଳପୁର ଗାଁରେ ପହଞ୍ଚିବା ପରେ ଛାଇଯାଇଥିଲା ଅସମ୍ଭବ ନିରବତା। ଶୋକରେ ଡୁବିଥିଲେ ପ୍ରିୟ ପରିଜନ। ସବୁଠାରୁ ଦୁଃଖଦାୟକ ଥିଲା ପୀଡ଼ିତାଙ୍କର କବର ଖୋଳା। ପରିଣତ ବୟସରେ ମୃତ୍ୟୁ ପରେ ପର ପିଢ଼ିଙ୍କ ହାତରେ କବର ଖୋଳାକୁ ସହଜରେ ଗ୍ରହଣ କରିହୁଏ। ହେଲେ ଆଜି ପୀଡ଼ିତାଙ୍କ ପରିଜନ (ବଡ଼ବାପା) ମୀର ଲିଆକତ ଅଲ୍ଲୀ କବର ଖୋଳୁଥିବାର ଦୃଶ୍ୟ ସମସ୍ତଙ୍କ ଆଖିକୁ ଅଶ୍ରୁସିକ୍ତ କରିଥିଲା। ଯେଉଁ ହାତ ନାବାଳିକା ଝିଅକୁ କୋଳେଇ କାଖେଇ ମଣିଷ କରିବା କଥା, ସେହି ହାତ ଆଜି କବର ଖୋଳିବା ସମୟରେ ଥରୁଥିଲା ଯେମିତି। ଲୁହ ଜକେଇ ଆସୁଥିଲା, ବାଷ୍ପରୁଦ୍ଧ ହୋଇଯାଉଥିଲା କଣ୍ଠ। ୭ ଫୁଟ ଲମ୍ବ, ୩ ଫୁଟ ଓସାରର କବର ଖୋଳିବା ପାଇଁ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଲାଗି ଯାଇଥିଲା ତାଙ୍କୁ। ପରିଜନଙ୍କ ସମେତ ପଡ଼ୋଶୀ ଓ ଆଖପାଖର ଲୋ‌କେ ଗଦା ହୋଇଥିଲେ। କାହା ପାଟିରୁ ପଦେ ହେଲେ କଥା ବାହାରୁ ନଥିଲା। ସମସ୍ତେ ପୀଡ଼ିତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିଲେ। ଗାଁରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବା ସହ ବଳଙ୍ଗା ବଜାରରୁ ପୀଡ଼ିତାଙ୍କ ଘର ପର୍ଯ୍ୟନ୍ତ ପୁଲିସ କର୍ଡନ୍‌ ଭିତରେ ଶବବାହକ ଗାଡ଼ିକୁ ନିଆଯାଇଥିଲା। ଅନ୍ୟପଟେ ଗାଁ ଲୋକମାନେ ପୁଲିସ ସାଇରନ୍‌ ଶୁଣୁଶୁଣୁ ରାସ୍ତା ଉପରକୁ ଆସିଯାଇଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ପୀଡ଼ିତାଙ୍କର ଶେଷ ଦର୍ଶନ କରିଥିଲେ। 

ଗତରାତିଠାରୁ ପୀଡ଼ିତାଙ୍କ ଘରେ ତାଲା ପଡ଼ିଥିବାବେଳେ ପରିବାରବର୍ଗଙ୍କୁ ପୁଲିସ କେଉଁ ଏକ ଅଜଣା ସ୍ଥାନରେ ରଖିଥିଲା। ଥାନା ଇନ୍‌ସପେକ୍ଟର ବି ଘଣ୍ଟା ଘଣ୍ଟା ଧରି ଥାନାରୁ ଗାଏବ ଥିଲେ। ମଧ୍ୟାହ୍ନ ଭୋଜନ ସମୟରେ ଥାନାରେ ପହଞ୍ଚି କିଛି ସମୟ ପରେ ପୁଣି ଉଭାନ୍‌ ହୋଇ ଯାଇଥିଲେ। ଅନ୍ୟ ଯେଉଁ ସମ୍ପର୍କୀୟ ଥିଲେ ସେମାନେ ବି କେହି ଗଣମାଧ୍ୟମ ସାମନାକୁ ଆସି ନଥିଲେ। ସେପଟେ ତିନିଜଣ ଯୁବକ ବାଇକ୍‌ରେ ଆସି ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଥିବା ପ୍ରସଙ୍ଗ ଉଠାଇଥିବା ଦୁଃଖୀଶ୍ୟାମଙ୍କୁ ମଧ୍ୟ ଦେଖିବାକୁ ମିଳି ନଥିଲା। ଗତ ରାତିରେ ପ୍ରାୟ ଅଧଘଣ୍ଟାଏ ଧରି ଡିଏସ୍‌ପିଙ୍କ ଜେରାର ଶିକାର ହୋଇଥିବା ଦୁଃଖୀଶ୍ୟାମ ହୁଏତ ପୁଲିସ ଚାପରେ ଗଣମାଧ୍ୟମକୁ ସାମନା କରୁ ନ ଥିବା ଚର୍ଚ୍ଚା ଜୋର ଧରିଛି। ପୁଲିସ ତାଙ୍କୁ କଣ ପଚାରିଲା, ସେ କାହିଁକି ନିରବ ହୋଇଗଲେ, ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲେ ମଧ୍ୟ ଉତ୍ତର ଦେବାକୁ କେହି ନଥିଲେ। ପୂର୍ବରୁ ପୁଲିସ ଏହି ଅଘଟଣ ପଛରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିବା ସହ ପୀଡ଼ିତାଙ୍କ ବାପା ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ଝିଅ ମୃତ୍ୟୁରେ କେହି ରାଜନୀତି ନ କରିବାକୁ ନିବେଦନ କରିଥିଲେ। ସୁତରାଂ, ପୀଡ଼ିତାଙ୍କ ମୃତ୍ୟୁ ପରେ ପରେ ଡିଏସ୍‌ପି କରିଥିବା ଅଧଘଣ୍ଟିଆ ଜେରାରେ ଦୁଃଖୀଶ୍ୟାମଙ୍କଠାରୁ କଣ ଜାଣିବାକୁ ଚାହିଲେ ତାହା ରହସ୍ୟାବୃତ ହୋଇ ରହିଛି।
ପୁରୀ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀଙ୍କ ତିନିଟି ପ୍ରଶ୍ନ ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ଆଜି ପୁରୀ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ନିରୁପମା ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ତିନିଟି ପ୍ରଶ୍ନ ପଚାରିଛନ୍ତି। ଝିଅଟି ଦୁଇ ଦିନ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିଲା। କିନ୍ତୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ନିର୍ବାଚନମଣ୍ଡଳୀର ପୀଡ଼ିତାଙ୍କୁ ଦେଖିବା ପାଇଁ ଯାଇ ନଥିଲେ। କିନ୍ତୁ ଦିଲ୍ଲୀ ଏମ୍‌ସକୁ ଦେଖା କରିବାକୁ ଗଲେ। ଏହାର କଣ କାରଣ? ପୀଡ଼ିତାଙ୍କ ପ୍ରତି କାହିଁକି ଏଭଳି ବ୍ୟବହାର କଲେ ଉପମୁଖ୍ୟମନ୍ତ୍ରୀ? ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୁଲିସ ଟ୍ବିଟ୍‌ କରି ଜଣାଇଲା ଯେ ପୀଡ଼ିତା ନିଆଁ ଲଗାଇବା ଘଟଣାରେ କେହି ସମ୍ପୃକ୍ତ ନାହାନ୍ତି। କିନ୍ତୁ ମୃତ୍ୟୁ ପରେ କାହିଁକି ଜଣାଇଲା? ମୃତ୍ୟୁ ପୂର୍ବରୁ କାହିଁକି ନୁହେଁ? ଓଡ଼ିଶା ପୁଲିସ ସରକାରଙ୍କ ଏକ ବିଭାଗ। ଏଥିରେ ବେତନଭୋଗୀ କର୍ମଚାରୀ ରହିଛନ୍ତି। ଏମାନଙ୍କୁ କିଏ କ୍ଷମତା ଦେଲା ପୀଡ଼ିତା ମୃତ୍ୟୁ ପରେ ଟ୍ବିଟ୍‌ କରି ଜଣାଇବାକୁ? ପୀଡ଼ିତାଙ୍କ ବାପା ସୋସିଆଲ୍‌ ମିଡିଆରେ କହିଲେ ମୋ ଝିଅ ମାନସିକ ଦୁଶ୍ଚିନ୍ତାରେ ଥିଲା। ସରକାର ଆମକୁ ବହୁତ ସାହାଯ୍ୟ କରିଛନ୍ତି। ମୋ ଝିଅ ମୃତ୍ୟୁରେ କେହି ରାଜନୀତି କରନ୍ତୁ ନାହିଁ। କିନ୍ତୁ ଘଟଣାକୁ ୧୪ ଦିନ ପୂରିଲାଣି। ଝିଅ ବଞ୍ଚିଥିବା ବେଳେ କଣ ପାଇଁ ତାଙ୍କ ବାପା ଏ କଥା କହି ନ ଥିଲେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe