କାଠଯୋଡ଼ି ପଠାରୁ ମୃତଦେହ ଉଦ୍ଧାର: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

Advertisment

କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ ମା’ କୋଚିଲେଇ ମନ୍ଦିର ନିକଟସ୍ଥ କାଠଯୋଡି ମାଳବନ୍ଧ ତଳ ବେଣାଜଙ୍ଗଲ ମଧ୍ୟରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଆଜି ଉଦ୍ଧାର ହୋଇଛି।

କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ ମା’ କୋଚିଲେଇ ମନ୍ଦିର ନିକଟସ୍ଥ କାଠଯୋଡି ମାଳବନ୍ଧ ତଳ ବେଣାଜଙ୍ଗଲ ମଧ୍ୟରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଆଜି ଉଦ୍ଧାର ହୋଇଛି।

ନିଶା ଦେଇ ଦୁଷ୍କର୍ମ; ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍

କନ୍ଦରପୁର/କଟକ-ବିଦ୍ୟାଧରପୁର: କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ ମା’ କୋଚିଲେଇ ମନ୍ଦିର ନିକଟସ୍ଥ କାଠଯୋଡି ମାଳବନ୍ଧ ତଳ ବେଣାଜଙ୍ଗଲ ମଧ୍ୟରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଆଜି ଉଦ୍ଧାର ହୋଇଛି। ପାରିପାର୍ଶ୍ବିକ ସ୍ଥିତିରୁ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ବେକ ଓ ମୁହଁକୁ ହଣା ଯାଇଥିବା ବେଳେ ନିକଟରେ ରକ୍ତଲଗା ଚାପଡ଼ ପଡିଥିବା ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ନିକଟରେ ପଡ଼ିଥିବା ଏକ ଜରିରେ ବର୍ଷେ, ଦେଢ଼ବର୍ଷ ଝିଅର ନୂଆ ପୋଷାକ, ଗୁଟ୍‌ଖା, ଏକ ନୂଆ ହର୍‌ଲିକ୍ସ ଜାର୍‌ ସହିତ କିଛି ଦୂରରେ ଜଣେ ପୁରୁଷର ପ୍ୟାଣ୍ଟ୍ ସାର୍ଟ, ଟୋପି, ଗ୍ଲୋବ୍‌ସକୁ ପୁଲିସ ଜବତ କରିଛି। ଆଜି ସକାଳେ ଶୌଚ ହେବାପାଇଁ ଆସିଥିବା କିଛି ସ୍ଥାନୀୟ ଲୋକେ ପ୍ରଥମେ ମହିଳାଙ୍କ ଶବ ଦେଖିଥିଲେ। ଏ କଥା ପ୍ରଚାରିତ ହେବା ପରେ ସେଠାରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ। କନ୍ଦରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫରେନ୍‌ସିକ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।

ମୁହଁକୁ ଛେଚି ବିକୃତ କରିଛନ୍ତି ଦୁର୍ବୃତ୍ତ
ଚାପଡ, ପ୍ୟାଣ୍ଟ୍-ସାର୍ଟ, ଟୋପି, ଗ୍ଲୋବ୍‌ସ ଜବତ

 କଟକ ଡିସିପି ଜଗମୋହନ ମୀନା, ଏସିପି କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମହିଳାଙ୍କ ବୟସ ୩୨ ବର୍ଷ ପାଖାପାଖି ହେବ ବୋଲି ଆକଳନ କରାଯାଉଛି। ମହିଳାଙ୍କ ବାମହାତରେ ଟାଟୁରେ ଇଂରାଜୀରେ କେପିଏସ୍ଏମ୍ ଲେଖାଥିବା ବେଳେ ଡାହାଣ ହାତରେ ଓମ୍ ବାବା ବଳିଆ ଓ ତା’ ତଳେ ମାତା ବୋଲି ଲେଖା ଯାଇଛି। ମହିଳା ଜଣକ ମାଣବସା ବସ୍ତ୍ର ପିନ୍ଧିଛନ୍ତି ଓ ପାଦରେ ଅଳତା ଲଗେଇଛନ୍ତି। ଗୋଲାପୀ ରଙ୍ଗର ଚପଲ (ସ୍ଲିପର୍‌) ପିନ୍ଧିଛନ୍ତି। ମୃତଦେହ ଚାରିପଟେ ରକ୍ତ ପଡ଼ିଥିବାରୁ ସେହିଠାରେ ହିଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କ ପରିଚୟ ମିଳିପାରିନାହିଁ। ମହିଳା ଜଣକ ନିଜ ପରିଚିତ ବ୍ୟକ୍ତି ସହ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇ ଦୋଷ ଲୁଚାଇବାକୁ ହତ୍ୟା କରିବା ସହ ପରିଚୟ ଲୁଚାଇବାକୁ ତାଙ୍କ ମୁହଁକୁ ହାଣି ବିକୃତ କରାଯାଇଥିବା ସନ୍ଦେହ କରାଯାଉଛି। କନ୍ଦରପୁର ଥାନା ଅଧିକାରୀ ରାଧାକାନ୍ତ ସାହୁ ଘଟଣାର ତଦନ୍ତ କରୁଛନ୍ତି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ କଟକ ବଡଡ଼ାକ୍ତରଖାନା ନିଆଯାଇଛି। ବିଭିନ୍ନ ଜାଗାରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରାଯାଉଛି। ଅପରାଧୀ ଖୁବଶୀଘ୍ର ଧରାପଡ଼ିବେ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟପଟେ ଗତ ମେ’ ୨୫ ତାରିଖ ରାତିରେ ପରମହଂସ ପଞ୍ଚାୟତ ଦେଓପୁର ଗଁାରେ ସରୋଜ ଭୋଇଙ୍କ ବେକ କାଟି ହତ୍ୟା କରାଯାଇଥିଲା। ଇତିମଧ୍ୟରେ ୭ମାସ ବିତିଥିଲେ ବି କନ୍ଦରପୁର ପୁଲିସ ହତ୍ୟାକାରୀକୁ ଧରିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe