ସ୍ତ୍ରୀକୁ ହତ୍ୟା କରି ପୋତିଦେଲା: ୧୩ ଦିନ ପରେ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

Advertisment

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ପୋତି ଦେଇଛି। ପରିବାର ଲୋକଙ୍କ ସନ୍ଦେହରୁ ବର୍ତ୍ତିବା ପାଇଁ ‌ସ୍ତ୍ରୀ ନିଖୋଜ ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଛି।

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ପୋତି ଦେଇଛି। ପରିବାର ଲୋକଙ୍କ ସନ୍ଦେହରୁ ବର୍ତ୍ତିବା ପାଇଁ ‌ସ୍ତ୍ରୀ ନିଖୋଜ ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଛି।

sffsccxxc

କୋଟପାଡ଼: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ପୋତି ଦେଇଛି। ପରିବାର ଲୋକଙ୍କ ସନ୍ଦେହରୁ ବର୍ତ୍ତିବା ପାଇଁ ‌ସ୍ତ୍ରୀ ନିଖୋଜ ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଛି। ଯାହାର ପର୍ଦାଫାସ କରି ଘଟଣାର ୧୩ ଦିନ ପରେ ଜଙ୍ଗଲରୁ ସମଳା ଦୁରୁଆ (୩୦)ର ଗଳିତ ମୃତଦେହକୁ ଜବତ କରିଛି ପୁଲିସ୍‌। ସାଇଣ୍ଟିଫିକ୍ ଟିମ୍‌ ଜରିଆରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଲୋକନାଥ ଜାନିକୁ ଗିରଫ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋଟପାଡ଼ ମୁର୍ତ୍ତାହାଣ୍ଡି ପଞ୍ଚାୟତ ମାଲଚାମାଳ ଗ୍ରାମରେ।

୧୩ ଦିନ ପରେ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର
ସାଇଣ୍ଟିଫିକ୍‌ ଟିମ୍‌ର ତନାଘନା, ସ୍ବାମୀ ଗିରଫ

ପୁଲିସ ସୂଚନା ମୁତାବକ, ୧୦ ବର୍ଷ ତଳେ ସମଳାକୁ ଲୋକନାଥ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଚାରି ବର୍ଷର ପୁଅ ଓ ଦୁଇ ବର୍ଷର ଝିଅ ରହିଛନ୍ତି। ପାରିବାରିକ କଳହକୁ ନେଇ ଲୋକନାଥ କିଛି ଦିନ ହେଲା ସମଳାକୁ ନିର୍ଯାତନା ଦେବା ସହ ମାରପିଟ୍ କରୁଥିଲା। ଜୁଲାଇ ୬ରେ ସମଳାକୁ ବାଇକ‌୍‌ରେ ବସାଇ ନିଜ ଜମି ଅଭିମୁଖେ ନେଇଥିଲା ଲୋକନାଥ। ପରେ ସ୍ତ୍ରୀ ସମଳା ଜମି ନିକଟରୁ କୁଆଡେ ଚାଲି ଯାଇଥିବା କହି ଲୋକନାଥ ଥାନାରେ ଏତଲା ଦେଇଥିଲା। ପୁଲିସ୍‌ ସନ୍ଦେହରେ ଲୋକନାଥକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା। ମୃତ ସମଳାର ବାପା ସନସାଇ ଦୁରୁଆ, ସମଳା ନିଖୋଜ ଥିବାରୁ ସ୍ୱାମୀ ଲୋକନାଥ ହିଁ ହତ୍ୟା କରିଥିବା ନେଇ ଥାନାରେ ଏତଲା ଦେଇଥିଲେ। 

ପୁଲିସ  ଲୋକନାଥକୁ ପଚରାଉଚରା କରିବା ପରେ ସମଳାକୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ପୋତି ଦେଇଥିବା ପୁଲିସକୁ କହିଥିଲା। କୋଟପାଡ଼ ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନି, ସାଇଣ୍ଟିଫିକ ଟିମ, ଅତିରିକ୍ତ ଏସ୍‌ପି ମନୋଜ କୁମାର ବେହେରା, ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ୍‌ ପର୍ଶୁରାମ ଭତ୍ରାଙ୍କ ଉପସ୍ଥିତିରେ ମାଟି ତଳୁ ମୃତଦେହ ଉଦ୍ଧାର କରିଥିଲା। ସମଳାଙ୍କ ମର ଶରୀର ପଚି ଯାଇଥିବାରୁ ବ୍ୟବଚ୍ଛେଦ ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ଲୋକନାଥକୁ କାବୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe