ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ରସୁଲପୁର : କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ବା ଗ୍ରାମର କୁମ୍ଭାର ଗଡ଼ିଆରୁ ସେହି ଗ୍ରାମର ବିକାଶ ଲେଙ୍କାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପୁତୁରାକୁ କେହି ମାରି ପାଣିରେ ପକାଇ ଦେଇଛି ବୋଲି ବିକାଶଙ୍କ ଦାଦା କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି। କୁମ୍ଭାର ଗଡ଼ିଆରେ ଗୁରୁବାର ସକାଳେ ଏକ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଶବ ବାହାର କରିବା ପରେ ତାହା ବିକାଶଙ୍କର ବୋଲି ଜଣାପଡ଼ିଥିଲା।

ମୃତ ବିକାଶଙ୍କର ବାପାମା’ ନାହାନ୍ତି। ତାଙ୍କର ଦୁଇହାତ ମଧ୍ୟ ନାହିଁ। କିଛିବର୍ଷ ତଳେ ଏକ ଗଣ୍ଡଗୋଳ ପାଇଁ ସେହି ଗ୍ରାମର କିଛିଲୋକ ବିକାଶଙ୍କ ଦୁଇହାତକୁ ହାଣି ଛିଡ଼ାଇ ଦେଇଥିଲେ। ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ଦାଦା ନୀଳମଣିଙ୍କ ଅଭିଯୋଗ ଆଧାରରେ ପୁଲିସ ୧୦୫/୨୩ରେ ମାମଲା ରୁଜୁ କରିଛି। ଥାନା ଅଧିକାରୀ ଶିବଚରଣ ବେହେରା ଏହାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe