ବୁଗୁଡ଼ା : ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ଶବ

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ବୁଗୁଡ଼ା : କରୋନା ଭୟ ଏବେ ମଣିଷ ଭିତରେ ଥିବା ସବୁ ସହାନୁଭୂତି ଓ ମାନବିକତାକୁ ଲୁଟି ନେଇଛି। ଦିନେ ଯେଉଁ ସମ୍ପର୍କୀୟ ଓ ସାହି ବାସିନ୍ଦା ସୁବିଧା ଅସୁବିଧାରେ ଆସି ଘର ଆଗରେ ଠିଆ ହେଉଥିଲେ ଏବେ ସେମାନେ ପାଖ ମାଡ଼ୁନାହାନ୍ତି। ଯାହାର ଏକ କରୁଣ ଉଦାହରଣ ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଦେଖିବାକୁ ମିଳିଛି। ଶବ ସଂସ୍କାର ପାଇଁ ଚାରି କାନ୍ଧ ନମିଳିବା ଫଳରେ ଶେଷରେ ଟ୍ରଲିରେ ପକାଇ ଶ୍ମଶାନକୁ ନେବାକୁ ପଡ଼ିଛି। ଏହି ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରିଛି।

publive-image

ଆଜି ବୁଗୁଡ଼ା ସହର ମୁଖ୍ୟ ସଡ଼କରେ ଥିବା ସାଇରାମ ହୋଟେଲ ମାଲିକଙ୍କ ବଡ଼ ପୁଅଙ୍କ ସକାଳ ୮ଟାରେ ମୃତ୍ୟୁ ହୋଇଥିଲା। ତାଙ୍କର କିଛି ଦିନ ହେଲା ଦେହ ଅସୁସ୍ଥ ସହ ଜ୍ବର ଥିଲା। ହେଲେ କରୋନା ଆଶଙ୍କାରେ ଶବ ଦାହ କରିବାକୁ କେହି ସାହି ପଡ଼ୋଶୀ ସହଯୋଗ ପାଇଁ ଅସି ନଥିଲେ। ଫଳରେ ପରିବାର ଲୋକେ ଏକ ଟ୍ରଲି ସାହାଯ୍ୟରେ ଶବକୁ ସତ୍କାର ପାଇଁ ଶ୍ମଶାନ ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲେ। ୫ ଦିନ ତଳେ ମଧ୍ୟ ବୁଗୁଡ଼ା ବଡ଼ଦାଣ୍ଡ ସାହିରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ବି ଏଭଳି ଟ୍ରଲିରେ ବୁହା ହୋଇଥିଲା। ବୁଗୁଡ଼ା ବ୍ଲକ୍‌ରେ ସରକାରୀ ହିସାବରେ କରୋନାରେ ୨ ଜଣକ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ହେଁ, ବେସରକାରୀ ଭାବେ ବୁଗୁଡ଼ା ସହର ତଥା ଆଖପାଖ ଅଞ୍ଚଳରେ ୫ ଦିନ ମଧ୍ୟରେ ପ୍ରାୟ ୧୫ ଜଣଙ୍କ ଅସ୍ଵାଭାବିକ ମୃତ୍ୟୁ ଘଟିଲାଣି। ଅଧିକାଂଶ ଲୋକେ ଜ୍ୱରରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି। କିନ୍ତୁ ସେମାନଙ୍କ ନମୁନା ପରୀକ୍ଷା ହୋଇ ନଥିବାରୁ ସରକାରୀ ହିସାବରେ ନିଆଯାଉନି। ବୁଗୁଡ଼ା ବ୍ଲକ୍‌ରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି। ସହର ଓ ଗ୍ରାମାଞ୍ଚଳରେ ବହୁ ଲୋକେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ହୋଇ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସ୍ୱାବ୍‌ ନମୁନା ରିପୋର୍ଟ ବହୁ ବିଳମ୍ବରେ ଆସୁଥିବାରୁ ଲୋକଙ୍କୁ ଚିକିତ୍ସା ସୁଯୋଗ ମିଳିବା ବେଳକୁ କିଏ ସୁସ୍ଥ ହୋଇ ଯାଉଛି ତ, କାହାର ପ୍ରାଣବାୟୁ ଉଡ଼ିଯାଉଛି। ଲକ୍ଷଣ ନଥାଇ ଅଧିକାଂଶ ପଜିଟିଭ୍‌ ଆସୁଥିବାରୁ ଘର ଘର ବୁଲି କରାଯାଉ ଥିବା ସର୍ଭେରେ କୌଣସି ସୁଫଳ ମିଳୁନି। ଏଣୁ ଆଣ୍ଟିବଡି କିଟ୍‌ ସାହାଯ୍ୟରେ ଟେଷ୍ଟିଂ ଜୋର୍‌ଦାର୍‌ କରିବା ପାଇଁ ସାଧରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe