୪ ସନ୍ତାନର ପିତା ସରପଞ୍ଚ! ସଂପର୍କୀୟଙ୍କ ବୟାନର ଭିଡିଓ ଭାଇରାଲ୍

Advertisment
୪ ସନ୍ତାନର ପିତା ସରପଞ୍ଚ! ସଂପର୍କୀୟଙ୍କ ବୟାନର ଭିଡିଓ ଭାଇରାଲ୍

ବଲାଙ୍ଗୀର/କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ୍ ଭାଲୁମୁଣ୍ଡା ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ମେହେର ୪ଟି ସନ୍ତାନର ପିତା ହୋଇ ବି ସରପଞ୍ଚ ରହିଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସରକାରଙ୍କ ଗାଇଡଲାଇନକୁ ଉଲ୍ଲଂଘନ କରି ଭାଲୁମୁଣ୍ଡାରେ ସରପଞ୍ଚ ହୋଇଥିବା ଅଭିଯୋଗ କରାଯାଇଛି । ତାଙ୍କର କିଛି ସଂପର୍କୀୟଙ୍କ ସହ କଥାବାର୍ତ୍ତା ସମୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରାଯାଇଛି ।

ଏ ନେଇ ସରପଞ୍ଚ ଶ୍ରୀ ମେହେରଙ୍କୁ ଯୋଗାଯୋଗ କରିବାରୁ କେତେଜଣ ଜାଣିଶୁଣି ମୋ ବିରୋଧରେ ଶିଖାଇ ଏହି ଭିଡିଓ କରି ଭାଇରାଲ୍ କରିଛନ୍ତି। ତାଙ୍କର ତିନୋଟି ସନ୍ତାନ ଅଛନ୍ତି ବୋଲି ସରପଞ୍ଚ ଉପେନ୍ଦ୍ର ମେହେର କହିଛନ୍ତି। ଯେଉଁ ବ୍ୟକ୍ତଙ୍କ ବୟାନର ଭିଡିଓ ଭାଇରାଲ ହୋଇଛି, ସେ ମୋର ସଂପର୍କୀୟ, କିଏ କଣ କହିଦେଲେ ତାହା କ’ଣ ସତ୍ୟ। ମୁଁ ଚାରି ଥର ସରପଞ୍ଚ ନିର୍ବାଚିତ ହୋଇସାରିଲାଣି ବୋଲି ଉପେନ୍ଦ୍ର କହିଛନ୍ତି। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe