ଗଛରୁ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଲା ପୁଲିସ, ମୃତ୍ୟୁର କାରଣ ଅସ୍ପଷ୍ଟ

Advertisment
ଗଛରୁ ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଲା ପୁଲିସ, ମୃତ୍ୟୁର କାରଣ ଅସ୍ପଷ୍ଟ

ବଲାଙ୍ଗୀର: ବଲାଙ୍ଗୀର ସହର ଉପକଣ୍ଠସ୍ଥ ଟିଟିଲାଗଡ ରାସ୍ତାରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ଜଣେ ବ୍ୟକ୍ତି ଏହି ଅଞ୍ଚଳରେ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ବଲାଙ୍ଗୀର ସହର ଉପକଣ୍ଠ ଆର.ଟି.ଓ ଅଫିସ ଛକ ନିକଟରେ ଥିବା ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ବଲାଙ୍ଗୀର ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ମୃତ ବ୍ୟକ୍ତି ଜଣକ ବଲାଙ୍ଗୀର ପୌରସଂସ୍ଥାର ଡ୍ରାଇଭର ରୁଷି ସାହୁ ବୋଲି ଜଣାପଡ଼ିଛି । ପ୍ଲାଷ୍ଟିକ ତାରରେ ତାଙ୍କର ଶବ ଝୁଲୁଥିଲା । ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ଅଥବା କେହି ତାଙ୍କୁ ହତ୍ୟା କରି ତାଙ୍କର ମୃତଦେହକୁୂ ଗଛରେ ଝୁଲାଇ ଦେଇଥିଲା ତାହାକୁ ନେଇ ସହରରେ ଆଲୋଚନା ହେଉଛି। ଏସଂପର୍କରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe