ବଲାଙ୍ଗୀର ଜିଲ୍ଲାରେ ୭ ନୂଆ କରୋନା ପଜିଟିଭ୍ ଚିହ୍ନଟ, ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬

କଳାହାଣ୍ଡିରେ କରୋନା ପଜିଟିଭ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୧୫ରେ ପହଞ୍ଚିଲା

image source-long island press

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ  ପୁଣି ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଦୁଇଜଣ ଆଗଲପୁର ବ୍ଲକର ଭରସୁଜା ଓ ଇଂଗସା ଗ୍ରାମପଞ୍ଚାୟତର ଥିବା ଜଣାଯାଇଛି। ଲୋଇସିଂହା ବ୍ଲକର ବୁଢିପଦର ଗ୍ରାମପଞ୍ଚାୟତର ଜଣେ ଅଛନ୍ତି।

ଏହାଛଡ଼ା ସଇଁତଳା ବ୍ଲକର ସିସିକେଲା ଗ୍ରାମପଞ୍ଚାୟତର ଦୁଇଜଣ ଅଛନ୍ତି। ଏହାଛଡ଼ା  ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲା ଗ୍ରାମପଞ୍ଚାୟତର  ଓ ମୁରିବାହାଲ ବ୍ଲକର ବ୍ଲକର ପତ୍ରାପାଲି ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁ ୭ ଆକ୍ରାନ୍ତ ପୁରୁଷ ଓ ସମସ୍ତେ ବାହାର ରାଜ୍ୟ ଫେରନ୍ତା ବୋଲି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧରେ ଥିବା ମଧ୍ୟ ଜଣାଯାଇଛି। ଏବେ ବଲାଙ୍ଗୀର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବଢୁଥିବା ପରିଲକ୍ଷିତ ହେଉଛି।

ଏଯାବତ୍ ବଲାଙ୍ଗୀର ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬। ଏମାନଙ୍କ ଭିତରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe